ETV Bharat / city

ମିଡ ଡେ୍ ମିଲ ଦୁର୍ନୀତି ନେଇ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

author img

By

Published : Jul 27, 2022, 9:33 PM IST

ସରକାରୀ ବିଦ୍ୟାଳୟ ଗୁଡିକରେ ‘ମିଡଡେ ମିଲ’ ରେ ହୋଇଥିବା ଦୁର୍ନୀତିକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛି ବିଜେପି । ଅଧିକ ପଢନ୍ତୁ

ମିଡ ଡେ ମିଲ  ଦୁର୍ନୀତିକୁ ନେଇ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

ଭୁବନେଶ୍ବର: ସରକାରୀ ବିଦ୍ୟାଳୟ ଗୁଡିକରେ ‘ମିଡଡେ ମିଲ’ ରେ ହୋଇଥିବା ଦୁର୍ନୀତିକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛି ବିଜେପି । ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରେସମିଟ କରି କହିଛନ୍ତି, "ଗତ 15 ତାରିଖରେ କୋରାପୁଟ ଜୟପୁର ସହର ଓ ଆଖପାଖ ଗ୍ରାମରେ ଥିବା ସ୍କୁଲରେ ଦୁର୍ନୀତିର ପର୍ଦ୍ଦାଫାସ ଗଣମାଧ୍ୟମ କରିଥିଲା । ଏହାକୁ ନେଇ ଗତ 20 ତାରିଖରେ ବିଧାନସଭାର ଶୂନ୍ୟକାଳରେ ମୁଁ ଏ ପ୍ରସଙ୍ଗ ଉଠେଇ ଥିଲି । ସ୍କୁଲ ମାନଙ୍କରେ 50 କେଜି ଓଜନର ବସ୍ତାରେ 50 କେଜି ଚାଉଳ ସପ୍ଲାଏ ହୋଇଥାଏ । ଡିଜିଟାଲ ଓଜନ ମାପକ ଯନ୍ତ୍ରରେ ଯେବେ ଏହିଭଳି କିଛି ବସ୍ତା ଓଜନ କରାଗଲା ସେତେବେଳେ 50 କେଜି ବଦଳରେ ପ୍ରତ୍ୟେକ ବସ୍ତାରେ 46 କେଜି ଚାଉଳ ଓଜନରେ ବାହାରିଲା । ଗୋଟିଏ ବସ୍ତାରେ ଯଦି 4 କେଜି ଚାଉଳ କମ ରହୁଛି ତାହାଲେ ଏକ କ୍ୱିଣ୍ଟାଲରେ 8 କେଜି ଚାଉଳ କମ ରହୁଛି । ଅନେକ ବିଦ୍ୟାଳୟରେ ଏହି ସମାନ ସ୍ଥିତି ଦେଖିବାକୁ ମିଳିଛି ।" ଏପରିକି ନିରନ୍ତର ଭାବେ ଯୋଗାଣ ବିଭାଗ ଅଧିକାରୀ ସମସ୍ତେ ମିଶି ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି ମୋହନ କହିଛନ୍ତି ।

ବିଧାନସଭାରେ ଯେବେ ଏହି ପ୍ରସଙ୍ଗ ଉଠିଲା ବାଚସ୍ପତି ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଦୁର୍ଭାଗ୍ୟ କଥା ଯିଏ ଏଥିରେ ଦୋଷୀ ଓ ଦୁର୍ନୀତି କରୁଛି ତାକୁ ଧରିବା ବଦଳରେ କେବଳ କ୍ଲଷ୍ଟର ରେ ଥିବା ସିଆରସିସି ମାନଙ୍କ ପାଇଁ ଚିଠି ମାଧ୍ୟମରେ ଅଧିକାରୀଙ୍କ ବଦଳି ପାଇଁ ଚିଠି ଲେଖାଗଲା । କମ ଚାଉଳ କାହିଁକି ଦିଆ ଯାଉଛି ତାହାର ତଦନ୍ତ ହେଲାନାହିଁ । କଣ୍ଟ୍ରାକ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । କେବଳ କିଛି ଅଧିକାରୀଙ୍କ ଅନ୍ୟତ୍ର ବଦଳି କରାଯାଉଛି ।

ଓଡିଶାରେ କେବଳ କୋରାପୁଟ ଜିଲ୍ଲା ନୁହେଁ, ବଲାଙ୍ଗୀର, ନୂଆପଡା ଭଳି ଅନେକ ଜିଲ୍ଲାରେ ଏଭଳି ଦୁର୍ନୀତି ହେଉଛି । ଏହା ଏକ ମହାଦୁର୍ନୀତି, ରାଜ୍ୟସରକାର ଏହାକୁ ଭିଜିଲାନ୍ସ ତଦନ୍ତ କରିବାକୁ ଦାୟିତ୍ୱ ଦେବେ କି ?? ସରକାର ଏହି ଦୁର୍ନୀତି କୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ମୋହମ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.