ଭୁବନେଶ୍ବର: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଏବଂ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ବିଜେପିର ଧାରଣା । ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଧାରଣାରେ ବସିଛନ୍ତି ।
ବିଜେପି ଦାବି କରିଛି ଯେ, ପୌର ଆଇନ ଓ ମହାନଗର ନିଗମ ଆଇନ ଅନୁଯାୟୀ ଭୋଟର ତାଲିକା ଆପତ୍ତି ଅଭିଯୋଗ ପାଇଁ 10 ଦିନ ସମୟ ରହିବା କଥା । ଆୟୋଗ ମାତ୍ର 6 ଦିନ ସମୟ ଦେଇଛନ୍ତି । ଏହାରି ଭିତରେ 2 ଦିନ ଛୁଟି ରହୁଛି । ତେଣୁ ସମୟ ସୀମା ବୃଦ୍ଧି କରାଯାଉ । ଏହାସହ ନିର୍ବାଚନ ଅଧିକାରୀଙ୍କ ଦାବି ଓ ଆପତ୍ତିଗୁଡ଼ିକ ତଦନ୍ତ ଓ ଫଇସଲା ପାଇଁ ମାତ୍ର ଗୋଟିଏ ଦିନ ରହିଛି । ଏହାକୁ ଆଇନ ଅନୁଯାୟୀ 3 ଦିନ କରିବାକୁ ଦାବି କରିଛି ବିଜେପି ।
ଏହା ମଧ୍ୟ ପଢନ୍ତୁ:- Panchayat Election: BJD ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ
ସେହିଭଳି ଜାନୁଆରୀ ପହିଲା ପରେ ନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରିବାକୁ ବିଜେପି ଦାବି କରି ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛି । ଅନ୍ୟପଟେ ଆସନ୍ତାକାଲି(ଗୁରୁବାର) 107 ପୌର ପରିଷଦ ଏବଂ 3 ମହାନଗର ନିଗମ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ