ETV Bharat / city

ବିପଦ ସମୟରେ ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ସବୁବେଳେ ସମ୍ବେଦନଶୀଳ: ସମୀର ମହାନ୍ତି

author img

By

Published : May 28, 2021, 8:36 PM IST

ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ସମୀକ୍ଷା କରିବା ପରେ ଆଜି ଓଡିଶାକୁ 5 ଶହ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏହାକୁ ବିପଦ ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପ୍ରତି ବେଶ ସମ୍ବେଦନଶୀଳ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...

BJP State president Samir mohanty reaction on cyclone pakage
ବିପଦ ସମୟରେ ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ସବୁବେଳେ ସମ୍ବେଦନଶୀଳ: ସମୀର ମହାନ୍ତି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ବାତ୍ୟା ୟସ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ସଂପର୍କରେ ଅବଗତ ହେବା ସହ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ଓଡ଼ିଶାର ପୁନରୁଦ୍ଧାର ଲାଗି 5 ଶହ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏହାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସ୍ବାଗତ କରିଛନ୍ତି । ବିପଦ ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପ୍ରତି ବେଶ ସମ୍ବେଦନଶୀଳ ବୋଲି କହିଛନ୍ତି ସମୀର ।

ବିପର୍ଯ୍ୟୟ ସମୟରେ ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ ମସିହାରେ ଫନି ହେଉ ଅବା ୨୦୨୦ ମସିହାରେ ଅମ୍ଫାନ । ସବୁବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ପ୍ରତି ସହଯୋଗର ହାତ ବଢ଼େଇଛନ୍ତି । ବିଭିନ୍ନ ବିପର୍ଯ୍ୟୟ ସମୟରେ ଓଡିଶା ଆସି ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଆଜି ୟାସ ବାତ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ସହ ପୁନରୁଦ୍ଧାର କାର୍ଯ୍ୟ ପାଇଁ 5 ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ସମ୍ବେଦନଶୀଳତାକୁ ଦର୍ଶାଉଛି । ଏହା ସହ ରାଜ୍ୟ ସରକାରଙ୍କୁ ଗୋଟେ ପରାମର୍ଶ ଦେଇଛନ୍ତି ।

ମୋଦି ସରକାରଙ୍କ ଦ୍ବାରା ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଆଯାଇଥିବା 8 ଲକ୍ଷରୁ ଉର୍ଦ୍ଧ୍ବ ବାସଗୃହକୁ ତ୍ରୁଟି ଶୂନ୍ୟ କରନ୍ତୁ । ପୂର୍ବରୁ ବଳକା ରହିଥିବା କାର୍ଯ୍ୟକୁ ଶେଷ କରନ୍ତୁ । ପ୍ରିୟାପ୍ରୀତି, ଦଳୀୟ ପ୍ରେମ ଛାଡି ଯୋଗ୍ୟ ହିତାଧିକାରୀ ଚୟନ କରି ଆବଂଟନ କରନ୍ତୁ । ସ୍ବାଧୀନତାର 75 ବର୍ଷ ପାଳନ ଅବସରରେ ଏହା ନୂଆ ଓଡ଼ିଶା ଗଠନର ସଂକଳ୍ପ ହେଉ ବୋଲି ସମୀର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.