ETV Bharat / city

ଓଡିଶାକୁ କମୁଛି ପିଏମ କିଷାନ କିସ୍ତି, ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି

author img

By

Published : Aug 12, 2020, 1:54 PM IST

ଓଡିଶାକୁ କମୁଛି ପିଏମ କିଷାନ ଯୋଜନାର କିସ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି । ଅଧିକ ପଢନ୍ତୁ...

ଓଡିଶାକୁ କମୁଛି ପିଏମ କିଷାନ କିସ୍ତି, ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି
ଓଡିଶାକୁ କମୁଛି ପିଏମ କିଷାନ କିସ୍ତି, ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି

ଭୁବନେଶ୍ବର: ଧିରେ ଧିରେ ଓଡିଶାକୁ କମୁଛି ପିଏମ କିଷାନ ଯୋଜନାର କିସ୍ତି । ପ୍ରଥମ କିସ୍ତିରେ 37 ଲକ୍ଷ, ଦ୍ଵିତୀୟ କିସ୍ତିରେ 31 ଲକ୍ଷ, ତୃତୀୟରେ 23 ଲକ୍ଷ 97 ହଜାର, ଚତୁର୍ଥରେ 20ଲକ୍ଷ 76 ହଜାର, ପଞ୍ଚମରେ 17 ଲକ୍ଷ 70 ହଜାର ଓ ଷଷ୍ଠ କିସ୍ତିରେ 4 ଲକ୍ଷ 70 ହଜାର ଟଙ୍କା ପାଇଛି ରାଜ୍ୟ । ତେବେ ଏହି କିସ୍ତି କମିବା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍‌ କରି ଏନେଇ ସରକାରଙ୍କୁ ଦାୟୀ କରିଛନ୍ତି । ସରକାର ଯେଉଁ ଚିଠା ଦେଇଛନ୍ତି କେନ୍ଦ୍ର ସେହି ଅନୁସାରେ ଟଙ୍କା ଦେଉଛି ଦର୍ଶାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ସେ ।

ସେହିପରି ସାର କଳାବଜାରୀ କଥା ଉଠାଇ ଏଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି । ଏହାସହ ଚାଷୀକୂଳ ଯେଉଁ ସ୍ଥିତିରେ ଅଛନ୍ତି ସେମାନଙ୍କ ପାଇଁ ଏବେ ସହାୟତା ଜରୁରୀ ବୋଲି ବିଜେପି ସଭାପତି କହିଛନ୍ତି।

ଏଥି ସହିତ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ କୃଷି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ବର୍ତ୍ତମାନ ସୁଦ୍ଧା 1 ହଜାର କୋଟି ଟଙ୍କା ଗଲାଣି। 2280 ପ୍ରାଥମିକ ସମବାୟ ସମିତି ଜରିଆରେ ଏହି ପଇସା ଚାଷୀଙ୍କ ପାଖକୁ ଯାଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଧନ୍ୟବାଦ ଦେଇଛନ୍ତି ବିଜେପି ସଭାପତି ସମୀର ମହାନ୍ତି ।

ଏହି ଯୋଜନାର ସଫଳ ରୂପାୟନ ରାଜ୍ୟ ସରକାର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଯୋଜନାର ସଫଳ ରୂପାୟନ କରି ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.