ETV Bharat / city

କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଗଠିତ

author img

By

Published : Jul 28, 2021, 8:38 PM IST

କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଗଠିତ। ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ପ୍ରୟାସ କରୁଛି ରାଜ୍ୟ ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଗଠନ ହୋଇଛି । ଅଧିକ ପଢନ୍ତୁ...

BJP state-level municipal committee is chaired by KV Singhdeo
କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଗଠିତ

ଭୁବନେଶ୍ବର: କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଗଠିତ । ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ପ୍ରୟାସ କରୁଛି ରାଜ୍ୟ ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଗଠନ ହୋଇଛି ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି । ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ରାଜ୍ୟ ସ୍ତରୀୟ ପୌରାଞ୍ଚଳ କମିଟି ଗଠନ କରାଯାଇଛି । ରାଜ୍ୟ ସଂଯୋଜକ ଭାବେ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କମିଟିରେ ୧୭ ଜଣ ସଦସ୍ୟ ଅଛନ୍ତି ।

କମିଟିରେ କେଭି ସିଂହଦେଓଙ୍କୁ ବଲାଙ୍ଗିର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟ ସଂଯୋଜକ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବାରିପଦା (ମୟୂରଭଞ୍ଜ) ଓ ରାଇରଙ୍ଗପୁର (ମୟୂରଭଞ୍ଜ ), ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱର ଓ ଖୋର୍ଦ୍ଧା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ ଓ ସମ୍ବଲପୁର, ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ପୁରୀ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ ଏବଂ ବିନୋଦ ଦାସଙ୍କୁ କଟକ ସହର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବାଲେଶ୍ୱର ଓ ଭଦ୍ରକ, ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ କଟକ ସଦର, ପୂର୍ବତନ ନଗରପାଳ ନିହାର ରାୟଙ୍କୁ ପାନପୋଷ (ରାଉରକେଲା), ପୂର୍ବତନ ନଗରପାଳ ସୁନୀଲ ଶର୍ମାଙ୍କୁ ଅନୁଗୁଳ ଓ ଢେଙ୍କାନାଳ ଦାୟିତ୍ବ ଦିଆଯାଇଛି ।

ସେହିପରି ଭୁବନେଶ୍ୱର ମହାନଗର ନିଗମର ଉପ ନଗରପାଳ ଉର୍ମିଳା ମହାପାତ୍ରଙ୍କୁ ବୌଦ୍ଧ, କନ୍ଧମାଳ ଓ ନୟାଗଡ, ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଏମସି କର୍ପୋରେଟର ଦିଲୀପ ମହାନ୍ତି ଓ ପୂର୍ବତନ ନଗରପାଳ ତିରୁପତି ନାୟକଙ୍କୁ ଗଜପତି, ଗଂଜାମ ଓ ଘୁମୁସର, ବରିଷ୍ଠ ନେତା ନୟନ କିଶୋର ମହାନ୍ତିଙ୍କୁ କେନ୍ଦ୍ରାପଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଜଗତସିଂହପୁର ଓ ଯାଜପୁର, ପୂର୍ବତନ ନଗରପାଳ ସୀମାଞ୍ଚଳ ଖଟେଇଙ୍କୁ କଳାହାଣ୍ଡି, ନୂଆପଡା ଓ ବରଗଡ, ପୂର୍ବତନ ନଗରପାଳ ଦିଲୀପ ମିଶ୍ରଙ୍କୁ କେଉଁଝର, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଂଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.