ETV Bharat / city

ବିଜେପିକୁ ଅଡୁଆ ଅପରାଜିତା ! ଅଭିଯୋଗ ଆଣିଲେ ଅସନ୍ତୁଷ୍ଟ ଗୋଷ୍ଠୀ - ସଂଗଠନ ପୁନର୍ଗଠନ

ଦକ୍ଷ ପ୍ରଶାସିକାରୁ ରାଜନେତ୍ରୀ । ପୁଣି ପ୍ରଥମ ପ୍ରୟାସରେ ସାଂସଦ । ଏବେ ରାଜନୀତିକୁ ଆସି ବିବାଦରେ ମାଡାମ ଷଡଙ୍ଗୀ !

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 15, 2019, 9:45 PM IST

ଭୁବନେଶ୍ବର: ସରିଛି ନିର୍ବାଚନ । ରାଜ୍ୟରେ ଗଠନ ହୋଇସାରିଛି ସରକାର । ଏବେ ସମୟ ଦଳ, ସଂଗଠନ ପୂନର୍ଗଠନ କରିବାର । ଆଉ ଏହାରି ମଧ୍ୟରେ ସଂଗଠନ ପୁନର୍ଗଠନ କରିବା ପାଇଁ ରାଜନୈତିକ ଦଲ ଗୁଡିକ ମଧ୍ୟ ଆରମ୍ଭ କରିଛନ୍ତି । ଠିକ ଏହି ସମୟରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପିରେ ଦେଖାଦେଇଛି ଦଳୀୟ ଅନ୍ତକନ୍ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫାୟାର ବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏବେ ଭୁବନେଶ୍ବର ସଂଗଠନ ଜିଲ୍ଲା ଖୁସୀ ନାହାନ୍ତି । ତେଣୁ ଭୁବନେଶ୍ବରର ସାଂସଦ ଥିବା ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହାସହ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ନେତୃତ୍ବଙ୍କ ନିକଟରେ ଦାବି କରିଛନ୍ତି ଭୁବନେଶ୍ବର ଜିଲ୍ଲା ସଂଗଠନର ସଂପାଦକ ସୁଶାନ୍ତ କୁମାର ସାବତ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ସୁଶାନ୍ତ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଅପରାଜିତା ମୂଳ ସଂଗଠନ ବିରୋଧରେ ଅନ୍ୟଏକ ସଂଗଠନ ତିଆରି କରୁଛନ୍ତି । ଏହାସହ କିଛି ଅସାମାଜିକ ବ୍ୟକ୍ତିବିଶେଷଙ୍କୁ ନେଇ ‘ଟିମ୍ ଅପରାଜିତା’ ଗଠନ କରିଛନ୍ତି । ଏହି ଟିମ ଦଳ ଓ ସଂଗଠନ ବିରୋଧରେ କାମ କରୁଛି । ଏହାସହ ଅପରାଜିତା ଦଳର ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ନିଜ ଇଛା ଅନୁସାରେ ସଂଗଠନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତ । ତେବେ ଆରମ୍ଭରୁ ଅପରାଜିତାଙ୍କୁ ନେଇ ଏକ ଗୋଷ୍ଠୀ ବିରୋଧ କରୁଥିବାରୁ ଏହା ଆଗାମୀ ଦିନରେ ବିସ୍ପୋରକ ମୋଡ ନେଇ ପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ରାଜନୈତିକ ଦଳରେ ସମସ୍ତଙ୍କ କିଛି ନା କିଛି ଭିନ୍ନ ଭିନ୍ନ ମତ ରହିଥାଏ । ଏହା ଦଳୀୟ ସ୍ତରରେ ସମାଧାନ କରାଯିବ ବୋଲି କହିଛନ୍ତି ହରିଚନ୍ଦନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିବାଦରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଦଳ ଭିତରେ ତାଙ୍କୁ ନେଇ ସୃଷ୍ଟି ହୋଇଛି କମ୍ପନ। ଦଳର ନୀତି ଆଦର୍ଶ ବାହାରେ ସେ କାମ କରୁଥିବା ଅଭିଯୋଗ ହେବା ପରେ ଏବେ ଦଳର ସାଂଗଠନିକ ମନ୍ତ୍ରୀ ଏହାକୁ ନେଇ ତର୍ଜମ କରୁଛନ୍ତି। କିଛିଦିନ ତଳେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତ ଏନେଇ ଚିଠି ଲେଖି ଅବଗତ କରାଇଥିଲେ। ସଙ୍ଗଠନ କର୍ମକର୍ତ୍ତା ଙ୍କୁ ଭୁଲି ଟିମ ଅପରାଜିତା ନାମରେ କିଛି ଅପରାଧିକ ଚାରିତ୍ରଙ୍କୁ ନେଇ ସଂଗଠନ କରୁଛନ୍ତି। ସଂଗଠନକି ବ୍ୟବସ୍ଥା ଭୁଲି ନିଜେ ପରିଚାଳନା କରିବା ଓ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କ ସହଯୋଗରେ ସଂଗଠନ ଚଳାଇବା ଅଭିଯୋଗ ହୋଇଥିଲା।

Body:ଏପରିକି ସଂଯୋଗବଶତଃ ଆଜି ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପାଇଁ ଅପରାଜିତା ଆସି ପହଂଚିବା ଆଗରୁ ପତାକା ଉତ୍ତୋଳନ ହେବା ଘଟଣା ବିବାଦକୁ ଭିନ୍ନ ମୋଡ ଦେଇଛି। ଦଳ ମଧ୍ୟରେ ଏକ ଗୋଷ୍ଠୀ ଅପରାଜିତା ଙ୍କୁ ବିତଧ କରୁଥିବା ସ୍ପଷ୍ଟ ହୋଇଛି। ଏକଥା ଆଗରୁ ମଧ୍ୟ ଆଭାସ ମିଳିଥିଲା। ତେବେ ଏନେଇ ପ୍ରତିକ୍ରିୟା ରଖି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଘଟଣାର ତର୍ଜମା ଚାଲିଛି।
ବାଇଟ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ନେତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.