ETV Bharat / city

ବରଗଡରେ ବିଜେପି ରାଜ୍ୟ ପ୍ରଭାରୀ; କେନ୍ଦ୍ରୀୟ ଅନୁଦାନ ନେଇ ସରକାରଙ୍କୁ ଘେରିଲେ, ମମିତା ମାମଲାରେ ବର୍ଷିଲେ - BJP state in charge

ଗୁରୁବାର ବରଗଡ ଜିଲ୍ଲା ଗସ୍ତରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ବରୀ । ଏକ ସାମ୍ବାଦିକ ସମ୍ବିଲନୀରେ ବରଗଡ ଜନସାଧାରଣଙ୍କୁ ନିର୍ବାଚନୀ ବାର୍ତ୍ତା ଦେଇଥିଲେ । ଅଧିକ ପଢନ୍ତୁ...

Bargarh
Bargarh
author img

By

Published : Nov 10, 2021, 10:54 PM IST

ବରଗଡ: ଆଜି(ଗୁରୁବାର) ବରଗଡ ଜିଲ୍ଲା ଗସ୍ତରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ବରୀ । ବରଗଡ ଜିଲ୍ଲା ବିଜେପି କାର୍ଯ୍ୟଳୟ ଠାରେ ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଏକ ସାମ୍ବାଦିକ ସମ୍ବିଲନୀରେ ବରଗଡ ଜନସାଧାରଣଙ୍କୁ ନିର୍ବାଚନୀ ବାର୍ତ୍ତା ଦେଇଥିଲେ ।

ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା 13 ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତର ଦୁଇ ଦିନ ପୂର୍ବରୁ ଆଜି ବିଜେପି ବିକାଶ ଏଜେଣ୍ଡା ନେଇ ବିଜେପି ବରଗଡରେ ନିଜର ରାଜନୈତିକ ଅଭିଯାନ ଯୋରଦାର କରିଛି ।

ବରଗଡରେ ବିଜେପି ରାଜ୍ୟ ପ୍ରଭାରୀ; କେନ୍ଦ୍ରୀୟ ଅନୁଦାନ ନେଇ ଘେରିଲେ ସରକାରଙ୍କୁ

ବରଗଡ ଗସ୍ତ ଅବସରରେ ସାମ୍ବାଦିକ ସମ୍ବିଳନୀ କରି ବିଜେପି ପ୍ରଭାରୀ ରାଜ୍ୟ ସରକାରଙ୍କ ଉପରେ ଯୋରଦାର ବର୍ଷିଥିଲେ । ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି କହିବା ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ । କେନ୍ଦ୍ର ସରକାର ଓଡିଶାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସହଭାଗିତା ରଖୁଥିବା ବେଳେ କିନ୍ତୁ ବିଜେଡି ସରକାର କେନ୍ଦ୍ରର ଅନୁଦାନକୁ ନିଜ ଅନୁଦାନ କହି ଲୋକଙ୍କୁ ଅନ୍ଧକାରରେ ରଖିଛି ବୋଲି ସେ ଅଭିଯୋଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଅନୁଦାନ ରହୁଥିବା ବେଳେ ରାଜ୍ୟ ସରକାର ଏହାକୁ ବିଜୁ ପକ୍କା ଘର ଯୋଜନା ନାମରେ ଲୋକଙ୍କ ଠାରୁ ବାହାବା ନେଉଛନ୍ତି । ଲୋକେ ଜାଣିବା ଦରକାର ଯେ ରାଜ୍ୟ ସରକାର ଜନସାଧାରଣଙ୍କୁ ବିକାଶ ନାମରେ କେବଳ ଶୋଷଣ କରୁଛି ବୋଲି ପୁରନ୍ଦେଶ୍ବରୀ ଅଭିଯୋଗ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲୀ ବିଧାୟକ ନାଉରୀ ନାୟକ ଓ ବରଗଡ ସମ୍ବଲପୁର ଜିଲ୍ଲାର ଦଳୀୟ ନେତା କର୍ମୀ ଉପସ୍ଥିତ ଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.