ଭୁବନେଶ୍ବର: ହାଇଦର ତେଲେଙ୍ଗାନାରୁ ତେଲେଙ୍ଗାନା ପୋଲିସ ଦ୍ୱାରା ଧରାହେବା ପରେ ଓଡ଼ିଶା ସରକାର ରାଜ୍ୟ ପୋଲିସ ପିଠି ଥାପୁଡାଉଛନ୍ତି। ହାଇଦର ମେଡିକାଲରେ ଥିବା ବେଳେ ପୋଲିସ ହୋଟେଲରେ ରହୁଥିଲା,ଯୁବତୀ ମାନଙ୍କୁ ଦାଦାବଟି ଆଦାୟରେ ଲଗାଉଥିଲା। ଆଜି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମୀଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଜେଲରେ ସୁରକ୍ଷା ବଳୟରେ ରହୁଥିବା ବେଳେ ,ମୋବାଇଲ ଫୋନ,ଅପରାଧ କାର୍ଯ୍ୟକଳାପ ଚଳାଇବା ପାଇଁ ସହଯୋଗ କରୁଥିଲା କିଏ ? ଭଲ ଖାଇବା ଯୋଗାଉଥିଲା କିଏ ? ଜେଲ ଭିତରୁ ଦ୍ୱିତୀୟ ମର୍ଡର କରାଇବାରେ ହାଇଦର କେମିତି ସକ୍ଷମ ହେଲା ? ଏ ସବୁ ଘଟଣାରୁ ସ୍ପଷ୍ଟ ଜେଲ ଭିତରୁ ରହି ଅପରାଧିକ କାର୍ଯ୍ୟକଳାପ ଚଳାଇବାକୁ ସରକାର ସହଯୋଗ କରୁଛନ୍ତି। ଗୃହ ବିଭାଗ ଅଧୀନରେ ୯୧ ଜେଲ ଅଛି। ଜୟପୁର ଜେଲରେ ଅପରାଧୀ ତାଙ୍କର କାର୍ଯ୍ୟକଳାପ ମେଲାଉଉଛନ୍ତି। ଓଡିଶା ଜେଲ ମନୁଆଲ ଅନୁସାରେ ଜେଲରୁ ବାହାରକୁ ଯାଉଥିବା କଏଦୀ ମାନେ ଜେଲ ମେଡିକାଲ ଅଫିସର ଓ ଜେଲ ଡିଜି ଅପ୍ରୁଭଲ ନେଇ ଜେଲ ସୁପରିଟେଡେଣ୍ଟ ହସ୍ପିଟାଲକୁ ପଠାଇପାରିବେ।
ଚିଫ ୱାର୍ଡର ପ୍ରତ୍ୟେକ ଦିନ ଡାକ୍ତର ଖାନାର ଅପଡେଟ ରିପୋର୍ଟ ଦେବେ। ହାଇଦର ଖସିଯିବା ସ୍ପଷ୍ଟ କରୁଛି ମେଡିକାଲ ଅଫିସର,ଜେଲ ଡିଜି ଓ ସୁପରିଟେଣ୍ଡେଣ୍ଟ ସମ୍ପୂର୍ଣ୍ଣ ଭାବେ ଦାୟୀ। ଏହି ତିନି ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଉ। ୯୧ ଜେଲ ଉପରେ ଶ୍ଵେତପତ୍ର ପ୍ରସ୍ତୁତ କରାଯାଉ ବୋଲି ଦାବି କରିଛନ୍ତି ଲେଖାଶ୍ରୀ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ