ETV Bharat / city

ପୌର ନିର୍ବାଚନ: ନର୍ବାଚନ କମିଶନଙ୍କୁ ସମନ ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇଲା ବିଜେପି

author img

By

Published : Jul 31, 2021, 6:08 PM IST

ତିନି ବର୍ଷ ହେଲା ରାଜ୍ୟରେ କାହିଁକି ପୌରନିର୍ବାଚନ ଅନୁଷ୍ଠିତ ହୋଇନାହିଁ ? ସେ ନେଇ ଜବାବ ମାଗିବାକୁ ରାଜ୍ୟପାଳଙ୍କୁ ଅପିଲ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଅଧିକ ପଢନ୍ତୁ...

Urban polls
ପୌରନିର୍ବାଚନ: ନର୍ବାଚନ କମିସନଙ୍କୁ ସମନ ପାଇଁ ରାଜ୍ୟପାଳଙ୍କ ଦାବି ଜଣାଇଲା ବିଜେପି

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି । ଦଳର ବରିଷ୍ଠ ନେତା ଟ୍ବିଟ୍ କରି ନିର୍ବାଚନ କମିଶନଙ୍କୁ ସମନ ଜାରି ପାଇଁ ରାଜ୍ୟପାଳଙ୍କୁ ଅପିଲ କରିଛନ୍ତି । ତିନି ବର୍ଷ ହେଲା କାହିଁକି ପୌରନିର୍ବାଚନ ଅନୁଷ୍ଠିତ ହୋଇନାହିଁ ? ସେ ନେଇ ଜବାବ ମାଗିବାକୁ ରାଜ୍ୟପାଳଙ୍କୁ ଅପିଲ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ରାଜ୍ୟରେ ପୌରନିର୍ବାଚନ ଅବଧି ଶେଷ ହୋଇ ତିନି ବର୍ଷ ବିତି ଗଲାଣି କିନ୍ତୁ ରାଜ୍ୟ ନିର୍ବାଚନ କମିଶନ ଏନେଇ ଧ୍ୟାନ ଦେଉନାହାଁନ୍ତି । ଫଳରେ ନିର୍ବାଚନ କମିଶନ, ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ପୂରଣରେ ଅବହେଳା କରିବା ସହିତ ଜନସାଧାରଣଙ୍କ ସାମ୍ବିଧାନିକ ଅଧିକର କ୍ଷୁର୍ଣ୍ଣ କରିଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

  • There has been a serious breach of constitutional machinery since the SEC in tandem with @Naveen_Odisha has deliberately deferred the urban polls and managing the affairs through the bureaucrats. It’s against the spirit of the constitution and law.

    — Pitambar Acharya (@AcharyaPitamba1) July 31, 2021 " class="align-text-top noRightClick twitterSection" data=" ">

ପୌରନିର୍ବାଚନକୁ ନେଇ ରାଜ୍ୟ ବିଜେପି ମୁଖପାତ୍ର କହିଛନ୍ତି, ନିର୍ବାଚନ କମିଶନ ତାଙ୍କ ସାମ୍ବିଧାନିକ ମୂଲ୍ୟବୋଧକୁ କାଏମ ରଖିବାରେ ବିଫଳ ହୋଇଛନ୍ତି । 3 ବର୍ଷ ଧରି ପୌର ନିର୍ବାଚନ ନହେବା ଫଳରେ ଲୋକେ ସାମ୍ବିଧାନକ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ପୌର ନିର୍ବାଚନ ନକରି, ସରକାରୀ କଳ ଏବଂ ଅମଲାତନ୍ତ୍ର ଶାସନ ପାଇଁ ଏକପ୍ରକାର ପ୍ରୋତ୍ସାହନ କରିଛନ୍ତି ନିର୍ବାଚନ କମିଶନ । ଏପରିକି ନିର୍ବାଚନ କମିଶନ ଏକ ସ୍ବାଧୀନ ଏବଂ ନିରପେକ୍ଷ ସାମ୍ବିଧାନିକ ପ୍ରତିଷ୍ଠାନ ହୋଇଥିଲେ ମଧ୍ୟ ନବୀନ ସରକାରଙ୍କ ଅଧିନରେ ଥିବା ଭଳି କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟକାରିତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି । ଫଳରେ ରାଜ୍ୟ ନର୍ବାଚନ କମିଶନ ସମସ୍ତ ପ୍ରକାରର ସାମ୍ବିଧାନିକ ଦାୟିତ୍ବ ତୁଲାଇବାରେ ବିଫଳ ହୋଇଛି । ତେବେ ପୌରନିର୍ବାଚନ କରିବା ନେଇ ରାଜ୍ୟ ନିର୍ବାଚନ କମିଶନ ସାମ୍ବଧାନିକ ଦାୟିତ୍ବ ତୁଲାଇବାରେ ବିଫଳ ହୋଇଥିବାରୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡି, ନର୍ବାଚନ କମିଶନଙ୍କୁ ସମନ କରିବା ପାଇଁ ବିଜେପି ଦାବି କରିଛି ।

ସୂଚନାଥାଉକି ରାଜ୍ୟରେ ୨୦୧୮ରେ ପୌରନିର୍ବାଚନ ଅନୁଷ୍ଠିତ ହେବାକୁ ସମୟସୀମା ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.