ETV Bharat / city

କାଳିଆ ତୃତୀୟ କିସ୍ତି, ସରକାରଙ୍କୁ ଘେରିଲା ବିଜେପି - ରାଜ୍ୟ ସରକାରଙ୍କୁ ଘେରିଲା ରାଜ୍ୟ ବିଜେପି

କାଳିଆ ଟଙ୍କା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଲା ରାଜ୍ୟ ବିଜେପି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ରାଜ୍ୟ ସରକାରଙ୍କୁ ପଚାରିଲେ 5 ପ୍ରଶ୍ନ । ଅଧିକ ପଢନ୍ତୁ...

କାଳିଆ ତୃତୀୟ କିସ୍ତି,ସରକାରଙ୍କୁ ଘେରିଲା ବିଜେପି

author img

By

Published : Feb 12, 2021, 5:56 PM IST

ଭୁବନେଶ୍ବର: କାଳିଆ ଟଙ୍କା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଲା ରାଜ୍ୟ ବିଜେପି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ରାଜ୍ୟ ସରକାରଙ୍କୁ ପଚାରିଲେ 5 ପ୍ରଶ୍ନ ।

କାଳିଆ ତୃତୀୟ କିସ୍ତି,ସରକାରଙ୍କୁ ଘେରିଲା ବିଜେପି

1. ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ରାଜ୍ୟରେ 53 ଲକ୍ଷ ଚାଷୀଙ୍କ ଅଛନ୍ତି । ତେବେ ଚାଷୀଙ୍କ ତାଲିକା କାହିଁକି ସାର୍ବଜନୀନ କରୁନାହାନ୍ତି ସରକାର । ପ୍ରତି ପଞ୍ଚାୟତରେ ଲଗାଅ ଚାଷୀଙ୍କ ତାଲିକା ଲଗାଇବାକୁ ଦାବି ।

2. ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସ୍ପଷ୍ଟ କରନ୍ତୁ ?

3. ଯେଉଁ ଅଫିସର ମାନେ ଅଯୋଗ୍ୟଙ୍କୁ ତାଲିକାରେ ସାମିଲ କରିଥିଲେ ତାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ?

4. 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବା ପରେ ଏବେ 53 ଲକ୍ଷ ହିତାଧିକାରୀ ଆସିଲେ କେଉଁଠୁ ?

5. ପିଏମ କିଷାନରେ ପ୍ରଥମେ 35 ଲକ୍ଷ ଚାଷୀ ଚାଷୀଙ୍କ ତାଲିକା ଦେଇଥିବା ବେଳେ ଏବେ କାହିଁକି ଚାଷୀଙ୍କୁ ବ୍ଲକ କରିଛନ୍ତି ସରକାର ? 35 ଲକ୍ଷରୁ 9 ଲକ୍ଷ ହେଲେ କେମିତି ତାହାର ଉତ୍ତର ରଖନ୍ତୁ ସରକାର ?

2019 ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । କହିଥିଲେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ । କିନ୍ତୁ ନିର୍ବାଚନ ଜିତିବା ପରେ ପାଖାପାଖ୍ ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହାପାଖରେ ପହଞ୍ଚିଲା ନାହିଁ । ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣା ସଦୃଶ । ରାଜ୍ୟରେ ଚାଷୀ ସମସ୍ୟା ଉଗ୍ରରୂପ ନେଲାଣି । ମଣ୍ଡିରୁ ଧାନ ଉଠୁନି ।

ଚାଷୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟରେ ପ୍ରତିଦିନ ଚାଷୀମାନେ ଆନ୍ଦୋଳନ କରିବାର ପନ୍ଥା ଆପଣାଉଛନ୍ତି । ବିଭିନ୍ନ ସ୍ଥାନରେ ଚାଷୀମାନେ ମନ୍ତ୍ରୀ ମାନଙ୍କୁ ଘେରୁଛନ୍ତି । ସେତେବେଳେ ରାଜ୍ୟ ସରକାର ପୁଣି କାଳିଆ ନାଁରେ ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଓଡ଼ିଶାର ସବୁ ଖବର କାଗଜରେ ବଡ଼ ବଡ଼ ବିଜ୍ଞାପନ ପ୍ରକାଶ କରାଯାଇଛି । ସନ୍ଧ୍ୟା 5ରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିବା ପୂର୍ବରୁ ରାଜ୍ୟ ସରକାର ଆମର କିଛି

ପ୍ରଶ୍ନର ଉତ୍ତର ରଖିବେ ବୋଲି ଆମେ ଆଶା କରୁଛୁ ।

ଯଦି ରାଜ୍ୟ ସରକାରଙ୍କ ପାଖରେ 53 ଲକ୍ଷରୁ ଉର୍ଦ୍ଧ ଚାଷୀଙ୍କ ତାଲିକା ଅଛି ତେବେ ପିଏମ କିଷାନ ପାଇଁ ଆପଣ କାହିଁକି କେନ୍ଦ୍ରକୁ ସଠିକ୍ ତାଲିକା ପଠାଉନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ? ଓଡ଼ିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କା ପାଇବାରୁ ରାଜ୍ୟ ସରକାର କାହିଁକି ବଞ୍ଚିତ କରୁଛନ୍ତି ?

ମୋଦିଙ୍କ ପାଇସା ଓଡ଼ିଆ ଚାଷୀଙ୍କ ପାଖରେ ପହଞ୍ଚିବାରେ ରାଜ୍ୟ ସରକାରଙ୍କ କଣ ଅସୁବିଧା ହେଉଛି ? ମୋଦି ତ ଟଙ୍କା ପଠାଇବେ । ମାତ୍ର ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦ୍ରାପଡ଼ା, ଗଞ୍ଜାମ ସମେତ ଓଡ଼ିଶାର ସବୁ ଚାଷୀଙ୍କୁ କାହିଁକି ଏହି ଟଙ୍କାରୁ ବଞ୍ଚିତ କରାଯାଉଛି ? ଯଦି ରାଜ୍ୟ ସରକାର 53 ଲକ୍ଷ ଚାଷୀଙ୍କ ତାଲିକା ତାଙ୍କ ପାଖରେ ଅଛି ବୋଲି କହୁଛନ୍ତି ତେବେ ବିଜେପି ଦାବୀ କରୁଛି ଏହି ତାଲିକାକୁ ସବୁ ପଞ୍ଚାୟତ ଅଫିସ କାନ୍ଥରେ ଲଗାଯାଉ । ପଞ୍ଚାୟତୱାରୀ ଏହି ତାଲିକାକୁ ସାର୍ବଜନୀନ କରିବାକୁ ଓଡ଼ିଶା ବିଜେପି ପକ୍ଷରୁ ଦାବୀ କରଯାଇଛି ।

ପୂର୍ବରୁ ଓଡ଼ିଶା ସରକାର ଦେଇଥିବା କାଳିଆ ସହାୟତା ରାଶି ଓଡ଼ିଆ ଚାଷୀ ମାଗିନଥିଲେ ବରଂ ରାଜ୍ୟ ସରକାର ଯାଚିକି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜେ ଅଯୋଗ୍ୟ ହିତାଧୀକାରୀ ତାଲିକା ତିଆରି କରି ପୋଲିସ ଲଗାଇ ଚାଷୀଙ୍କୁ ବଳପୂର୍ବକ ଧମକ ଦେଲେ ଏବଂ ପଇସା ଫେରାଇବାକୁ ଦାବୀ କଲେ ।

ତେବେ ପୋଲିସକୁ ଡରି ନିଜ ବାସନକୁସନ ବିକି ଚାଷୀ କାଳିଆ ଟଙ୍କା ଫେରାଇବାକୁ ପ୍ରସ୍ତୁତ ହେଉଥିଲେ । ତେବେ ଓଡ଼ିଶା ବିଜେପି ତରଫରୁ କଡ଼ା ବିରୋଧ କରାଯିବା ପରେ ଏହି ମାମଲା ଆଜି ପର୍ଯ୍ୟନ୍ତ ମଧ୍ୟ ସ୍ଥଗିତ ହୋଇ ରହିଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ ଅଯୋଗ୍ୟ ହିତାଧୁକାରୀଙ୍କୁ ଟଙ୍କା ଫେରସ୍ତ କରିବାର କିଛି ସ୍ପଷ୍ଟ କରିନାହାନ୍ତି ?

ପୂର୍ବରୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ 3.41 ଲକ୍ଷ ଅଯୋଗ୍ୟ ହିତାଧୁକାରୀ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ? ଏହି ଅଯୋଗ୍ୟ ହିତାଧୁକାରୀଙ୍କୁ 170 କୋଟି ଟଙ୍କା ଦିଆଯାଇଥିବା ସରକାର ସୂଚନା ଦେଇଥିଲେ ।

ଆମର ପ୍ରଶ୍ନ ଭୁଲ ହିତାଧୁକାରୀଙ୍କ ଚୟନରେ ସମ୍ପୃକ୍ତ ଥିବା ଅଧ୍ବକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ? ପୂର୍ବରୁ କାଳିଆ ଯୋଜନାରେ 50 ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବେ ବୋଲି ରାଜ୍ୟ ସରକାର କହିଥିଲେ । ସେଥିମଧ୍ୟରୁ 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବା ପରେ ପୁଣି କାଳିଆ ଯୋଜନାରେ 53 ଲକ୍ଷ ଚାଷୀଙ୍କ ଚିଠା ଆସିଲା କେଉଁଠୁ ? ଏହା ଉପରେ ରାଜ୍ୟ ସରକାର ମତ ସ୍ପଷ୍ଟ କରନ୍ତୁ ।

ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନି, ପଡ଼ିରହିଛି । ତେଣୁ ଚାଷୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏବେ ସରକାର କାଳିଆ ଟଙ୍କା ଦେଉଛନ୍ତି । ସନ୍ଧ୍ୟା 5 ଟା ସୁଦ୍ଧା ଉତ୍ତର ନରଖିଲେ, ଏଥିରୁ ସ୍ପଷ୍ଟ ହେବ ଯେ ରାଜ୍ୟ ସରକାର ଚାଷୀଙ୍କୁ ଛଳନା ଓ ପ୍ରତାରଣା କରୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.