ଭୁବନେଶ୍ବର: ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ଏକ ସ୍ପର୍ଶକାତର ଘଟଣା । ଏହି ସମସ୍ୟା କେବଳ ଯେ ଓଡିଶାର ତାହା ନୁହେଁ, ଏହା ଏବେ ଜାତୀୟ ସମସ୍ୟାରେ ପାଲଟିଛି । ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ବିଜେପିକୁ ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେଲିନ ମହାନ୍ତି କହିଛନ୍ତି, ମହିଳାଙ୍କ ବିରୁଦ୍ଧରେ ଓଡିଶା ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସବୁ ପକ୍ଷରୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ଏଭଳି ଘଟଣାକୁ ନେଇ ରାଜନୀତି କରିବା ବଦଳରେ ସମସ୍ତେ ଏକାଠି ହୋଇ ଏହି ସାମାଜିକ ବ୍ୟାଧି ବିରୁଦ୍ଧରେ ଲଢେଇ କରିବା ଉଚିତ୍ । ମାତ୍ର ବିଜେପି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛି ଯାହା ଅତ୍ୟନ୍ତ ଘୃଣ୍ୟ, ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ