ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ରହିଛି । ବୁଥ୍ ଠାରୁ ଆରମ୍ଭ କରି ପଞ୍ଚାୟତ ମଣ୍ଡଳସ୍ତରୀୟ ବୈଠକ କରିଛି ବିଜେପି । ବିଭିନ୍ନ ପଞ୍ଚାୟତ ଗୁଡ଼ିକରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ବ୍ୟାପକ ଦୁର୍ନୀତି ହୋଇଛି । ଏହାକୁ ନେଇ ଲୋକମାନେ ଅସନ୍ତୁଷ୍ଚ ଅଛନ୍ତି । ୨୧ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ଦୁର୍ନୀତିରେ ଲିପ୍ତ ରହିଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଇନାହାନ୍ତି । ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଛି । ତେଣୁ ବିଜେଡି ଉପରେ ଜନଅସନ୍ତୋଷ ରହିଛି । ବିଜେଡି ଚାଲାକ କରି ସରଂକ୍ଷଣ ଢାଞ୍ଚା ତିଆରି କରିଛି । ବିଜେଡିର ବିଧାୟକମାନେ ଅଫିସରଙ୍କ ସହ ଆଲୋଚନା କରି ନିଜ ସୁବିଧା ଅନୁସାରେ ସିଟ୍ର ସରଂକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହି ସମସ୍ତ କଥା ପଦାକୁ ଆଣିବ ବିଜେପି ବୋଲି ପରୋକ୍ଷରେ କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।
ବିଜେଡି ଯେଭଳି ଜିତି ପାରିବ, ରାଜ୍ୟ ସରକାର ସେମିତି ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । କିନ୍ତୁ ସବୁ ବର୍ଗର ଲୋକମାନେ ବିଜେପି ସହିତ ଅଛନ୍ତି । ବିଜେପି ସଫଳତା ପାଇବା ନେଇ ଆଶାବାଦୀ ରହିଛି । କଂଗ୍ରେସ ଦଳ ଏବେ ବିଜେଡି ସହିତ ମିଶି କାମ କରୁଥିବା ଲୋକମାନେ ଜାଣିସାରିଲେଣି ବୋଲି ଅଭିଯୋଗ କରିଛି ବିଜେପି । କଂଗ୍ରେସର ନୀତି ସମ୍ପର୍କରେ ସଭିଁଏ ଅବଗତ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ