ଭୁବନେଶ୍ବର: ‘ପେଗାସସ’ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି । ଆଜି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ଓଡିଶା ଗସ୍ତ ଅବସରରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛି ଦଳ ।
ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ କହିଛନ୍ତି, କିଛି ଲୋକ ଦେଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଦେଶ ବିରୋଧୀ ଶକ୍ତି ସହାୟତା କରୁଛନ୍ତି । ବିରୋଧୀ ଏହାକୁ ଅଯଥା ପ୍ରସଙ୍ଗ କରୁଛନ୍ତି । ସେହିପରି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ମତରଖି, କିଛି ଲୋକ ଏହି ପ୍ରସଙ୍ଗକୁ ମୋଦି ସରକାର ବିରୋଧରେ ଅସ୍ତ୍ର କରିଛନ୍ତି ବୋଲି କହିଛନ୍ତି । ଏଥିରେ ସେମାନେ ସଫଳ ହୋବେ ନାହିଁ ବୋଲି କହିଛନ୍ତି ସମ୍ବିତ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ