ETV Bharat / city

‘ଗଣମାଧ୍ୟମରେ ଅସ୍ତିତ୍ବ ବଞ୍ଚାଇବାକୁ ମାମୁଲି ପ୍ରସଙ୍ଗ ଉଠାଉଛି ବିଜେପି’ - BJD Politics latest news

ବିଭିନ୍ନ ସମସ୍ୟା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ 'ଆମେ କହୁନୁ, କହୁଛି ଗଣମାଧ୍ୟମ' ପୁସ୍ତକ ଉନ୍ମୋଚନ କରିଛି ବିଜେପି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ କର୍ମୀଙ୍କ ମନୋବଳ ବଢାଇବା ଓ ଗଣମାଧ୍ୟମରେ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ମାମୁଲି ପ୍ରସଙ୍ଗ ବିଜେପି ଉଠାଉଛି ବୋଲି ବିଜେଡି କହିଛି । ଅଧିକ ପଢନ୍ତୁ...

BJP raising the issue on the morale of the workers and maintaining their presence in the media says bjd
କର୍ମୀଙ୍କ ମନୋବଳ ବଢାଇବା ଓ ଗଣମାଧ୍ୟମରେ ଅସ୍ତିତ୍ବ ବଞ୍ଚାଇବାକୁ ମାମୁଲି ପ୍ରସଙ୍ଗ ଉଠାଉଛି ବିଜେପି: ବିଜେଡି
author img

By

Published : Aug 30, 2021, 10:46 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ବିଭିନ୍ନ ସମସ୍ୟା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ 'ଆମେ କହୁନୁ, କହୁଛି ଗଣମାଧ୍ୟମ' ପୁସ୍ତକ ଉନ୍ମୋଚନ କରିଛି ବିଜେପି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ କର୍ମୀଙ୍କ ମନୋବଳ ବଢାଇବା ଓ ଗଣମାଧ୍ୟମରେ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ମାମୁଲି ପ୍ରସଙ୍ଗ ବିଜେପି ଉଠାଉଛି ବୋଲି ବିଜେଡି କହିଛି ।

କର୍ମୀଙ୍କ ମନୋବଳ ବଢାଇବା ଓ ଗଣମାଧ୍ୟମରେ ଅସ୍ତିତ୍ବ ବଞ୍ଚାଇବାକୁ ମାମୁଲି ପ୍ରସଙ୍ଗ ଉଠାଉଛି ବିଜେପି: ବିଜେଡି

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନ ଗୁଡିକରେ ବିଜେପି ଲଗାତାର ପରାଜୟ ବରଣ କରିଛି । ଏଥିପାଇଁ ଓଡିଶା ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିଯାଇଛି । ଏହା ସହିତ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟ ବିଜେପି ପ୍ରୟାସ କରୁଛି । ଏହା ସହିତ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି ରହିବାପାଇଁ ଅତି ମାମୁଲି ପ୍ରସଙ୍ଗ ଉଠାଉଛି । ଯାହା ରାଜନୈତିକ ଦୃଷ୍ଟିକୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ଲେନିନ କହିଛନ୍ତି ଯେ, ଭୁବନେଶ୍ୱର ସ୍ମାର୍ଟ ସିଟି ଭାରତର ଅନ୍ୟ ବିଜେପି ଶାସିତ ସହର ତୁଳନାରେ ବିକଶିତ । ବହୁ ଭଲ ଭାବେ ପରିଚାଳିତ ହେଉଛି । ବହୁ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ଜାରି ରହିଛି । ଯାହାର ଲାଭ ସହରବାସୀ ତଥା ରାଜ୍ୟବାସୀ ନେଉଛନ୍ତି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । ତେଣୁ ଓଡିଶା ବିଜେପି ଏ କ୍ଷେତ୍ରରେ ଆତ୍ମ ନିରୀକ୍ଷଣ କରିବା ଉଚିତ୍‍ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ଏ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଲୋକଙ୍କ ସମସ୍ୟା କିମ୍ବା ଅପ୍ରୀତିକର ପରିସ୍ଥିତିକୁ ସାମ୍ନାକୁ ଆଣୁଛି ଗଣମାଧ୍ୟମ । ଘଟଣାକୁ ଗଣମାଧ୍ୟମ ଆଣିବନି ତ ଆଉ କିଏ ଆଣିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ । ଯଦି ମିଡିଆ କଥାକୁ ଆଣି ଏମିତି କରୁଛନ୍ତି, ତାହାଲେ ତାଙ୍କର ଅପାରଗତାକୁ ଏହା ପ୍ରମାଣିତ କରୁଛନ୍ତି । ଯଦି ମିଡିଆ ସବୁ ଦେଖାଉଛି ତେବେ ବିଜେପି କଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମିଡିଆ ଚାଷୀ ଆନ୍ଦୋଳନଠୁ ଆରମ୍ଭ କରି ଅନେକ ପ୍ରସଙ୍ଗ ଦେଖାଉଛି । ଯାହାକୁ ସାଂସଦରେ ବିଜେପି ପ୍ରତ୍ୟାଖ୍ୟାନ କରୁଛି । ଗଣମାଧ୍ୟମ ଯାହା ଦେଖୁଛି ତାହା କହୁଛି । କିନ୍ତୁ ବିଜେପି କଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଗଣମାଧ୍ୟମ ଦେଖାଉଥିବା ଖବରକୁ ଯଦି ବିଜେପି ବହି କରି ଦେଖେବାକୁ ଉଦ୍ୟମ କରିବେ । ଏହା ଠାରୁ ମୂର୍ଖାମୀ ଆଉ କିଛି ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.