ଭୁବନେଶ୍ବର: ବିଧାନସଭା ଘେରିଲା ରାଜ୍ୟ ବିଜେପି। ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଜେପିର ରାଲି। ମାହାଙ୍ଗାରେ ଡବଲ ମର୍ଡର ଘଟଣାର ନିରପେକ୍ଷ ତଦନ୍ତ ଓ ହତ୍ୟା ଅଭିଯୁକ୍ତ ମନ୍ତ୍ରୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଧାନସଭା ଘେରିଲା ବିଜେପି।
ମାହାଙ୍ଗାରୁ ସଦ୍ଭାବନା ଯାତ୍ରା ବାହାରି ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା ବିଜେପି । ଶନିବାର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ବିଜେପି ପାର୍ଟି ଅଫିସ ସମ୍ମୁଖରୁ ବାହାରି ବିଧାନସଭା ଅଭିମୁଖେ ଅଗ୍ରସର ହୋଇଥିଲା। ଲୋୱର ପିଏମଜିରେ ଏକ ସଭାର ଆୟୋଜନ କରିଥିଲା ବିଜେପି।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ। ପୋଲିସ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ଶତାଧିକ ବିଜେପି କର୍ମୀ ଗିରଫ। ମାହାଙ୍ଗାରେ ଚାରୋଟି ମର୍ଡର ହୋଇଛି,ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି।
ମନ୍ତ୍ରୀଙ୍କୁ ଗିରଫ କରାଯିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି ତାର ତୀବ୍ର ପ୍ରତିବାଦ କରି ମାହାଙ୍ଗାରୁ ଏକ ରାଲି ଆସି ଭୁବନେଶ୍ୱରରେ ପହଁଞ୍ଚିଛି। ଆଇନ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଅତି ଗମ୍ଭୀର।ମାହାଙ୍ଗାରେ ବିଜେପି ନେତାଙ୍କ ମର୍ଡର ପଛରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ମୁଦଲାରେ ଅଛି ହେଲେ ତାଙ୍କୁ ଗିରଫ କରାଯାଉନାହିଁ। ତେଣୁ ଏଭଳି ରାଲି କରିଛି ବିଜେପି।
ଯେ କୌଣସି ଲୋକ ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆଣୁଛନ୍ତି ତାକୁ ସରକାର ମିଥ୍ୟା କେସରେ ଛନ୍ଦିବାକୁ ଯୋଜନା କରୁଛି। ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କୁ ମିଛ ମାମଲା ଦେଖାଇ ଡରାଉଛି ସରକାର ,ଏହାକୁ ବିରୋଧ କରି ବିଜେପି ପକ୍ଷରୁ ବିଧାନସଭା ଘେରାଓ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ