ETV Bharat / city

Justice For Mamita; ରାଜରାସ୍ତାରେ ଘଣ୍ଟ ବଜାଇ ହୁଳହୁଳି ଦେଇ କମ୍ପାଇଲା BJP - ରାଜ୍ୟ ବିଜେପିର ବିକ୍ଷୋଭ

ମମିତା ମେହେର ହତ୍ୟାକାଣ୍ଡକୁ (Mamita meher murder case) ନେଇ କମ୍ପୁଛି ରାଜଧାନୀ । ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କହି ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲା (bjp protest) । ଅଧିକ ପଢନ୍ତୁ

ମମିତା ମେହେର ହତ୍ୟାକାଣ୍ଡ, ଘଣ୍ଟ ବଜାଇ ହୁଳହୁଳି ଦେଇ କମ୍ପିଲା BJP

author img

By

Published : Dec 3, 2021, 3:11 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡକୁ (Mamita meher murder case) ନେଇ କମ୍ପୁଛି ରାଜଧାନୀ । ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କହି ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲା ବିଜେପି (bjp protest) । ସମ୍ପୃକ୍ତ ମନ୍ତ୍ରଙ୍କ ବହିଷ୍କାର ଓ CBI ତଦନ୍ତ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେପି ।

ମମିତା ମେହେର ହତ୍ୟାକାଣ୍ଡ, ଘଣ୍ଟ ବଜାଇ ହୁଳହୁଳି ଦେଇ କମ୍ପିଲା BJP

ମାଷ୍ଟରକ୍ୟାଣ୍ଟିନରେ ଘଣ୍ଟ ବଜାଇ ହୁଳହୁଳି ଦେଇ ଆନ୍ଦୋଳନ କରିଛନ୍ତି ମହିଳା । ବଜାରେ ବଜା ଘଣ୍ଟ ବଜା, ମୃଦଙ୍କ ବଜା ଉଠିବ ଲମ୍ପଟ ରାଜା ଲେଖା ପୋଷ୍ଟର ଧରି ରାଜ ରାସ୍ତାକୁ ଓହ୍ଲାଇଛି ମୋର୍ଚ୍ଚା । ନବୀନଙ୍କୁ ନିଦରୁ ଉଠାଇବା ପାଇଁ ଘଣ୍ଟ ବଜାଇ ବିଜେପି ଅଭିନବ ପ୍ରତିବାଦ କରିଛି । ବିଜେଡି ଶାସନରେ ମହିଳା ଅସୁରକ୍ଷିତ ଏହି ନାରା ଦେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ଏହାସହ ବେବିନା, ଇତିଶ୍ରୀ ଓ ମାହାଙ୍ଗା ହତ୍ୟାକାଣ୍ଡର ସଠିକ ତଦନ୍ତ ଦାବି କରିଛି ବିଜେପି ।

ପ୍ରକାଶ ଥାଉ କି ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆସନ୍ତା ୯ ତାରିଖରେ ବିଜେପି ବିଧାନସଭା ଘେରିବାକୁ ପ୍ରସ୍ତୁତ ହେଉଛି । ଏହି ଘଟଣାକୁ ନେଇ ବିଧାନସଭା ଶୀତ ଅଧିବେଶନରେ ତାତି ଦେଖିବାକୁ ମିଳିଛି । ବିରୋଧୀଙ୍କ ହୋ ହାଲ୍ଲା ପାଇଁ ଗୃହ କାର୍ଯ୍ୟ ମଧ୍ୟ ଚାଲିପାରୁ ନାହିଁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.