ETV Bharat / city

ରାଜଧାନୀର ଡ୍ରେନେଜ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି

author img

By

Published : Aug 23, 2021, 8:58 PM IST

ଦିନକୁ ଦିନ ରାଜଧାନୀରେ ପରିସ୍ଥିତି ସୃଷ୍ଟି କରୁଛି ଡ୍ରେନେଜ ସମସ୍ୟା । ଆଉ ଏନେଇ ଓ୍ବାର୍ଡ ବାସିନ୍ଦାଙ୍କ ସମେତ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଅଧିକ ପଢନ୍ତୁ...

ରାଜଧାନୀର ଡ୍ରେନେଜ ସମସ୍ୟାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି ବିଜେପି

ଭୁବନେଶ୍ବର: ରାଜଧାନୀର ଡ୍ରେନେଜ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ଓ ଉତ୍ତର ଭୁବନେଶ୍ବର ଶ୍ରୀକୃଷ୍ଣ ମଣ୍ଡଳ ତରଫରୁ ରାଜଧାନୀର ପ୍ରମୁଖ ଜୟଦେବ ବିହାର ଛକ ଅଞ୍ଚଳର ଡ୍ରେନେଜ ଓ ରାସ୍ତା ସମସ୍ୟାର ସମାଧାନ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ।

ଏନେଇ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ବସ୍ତିର ଶହଶହ ପୁରୁଷ ଓ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ଜୟଦେବ ବିହାର ଛକରୁ ଶୋଭାଯାତ୍ରାରେ ବାହାରି ମେ ଫେୟାର ପର୍ଯ୍ୟନ୍ତ ପ୍ରତିବାଦ ଜଣା ଯାଇଥିବାବେଳେ ଟାୟାର ଜାଳି ଏହାର ପ୍ରତିବାଦ କରିଛନ୍ତି ।

ତେବେ ଏକ ନମ୍ବର ସ୍ମାର୍ଟ ସିଟି ନାଁରେ ବିଏମସି ଡିଣ୍ଡିମ ପିଟୁଥିବାବେଳେ ବାସ୍ତବତା ଚିତ୍ର ଏଠି ଭିନ୍ନ । ଆଉ ସେପଟେ ଲୋକେ ଡ୍ରେନେଜ, ରାସ୍ତା ସମସ୍ୟାକୁ ନେଇ ନାନାଦି ହଇରାଣ ହରକତ ହେଉଥିବା ନେଇ ନଜରକୁ ଆସିଛି ।

ଯଦି ଆଗାମୀ ଦିନରେ ଲୋକଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ନ ଦିଅନ୍ତି, ତେବେ ଆଗାମୀ ଦିନରେ ରାଜଧାନୀର ୬୭ ନମ୍ବର ଓ୍ବାର୍ଡରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବେଲି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.