ETV Bharat / city

ନାବାଳିକା ଦୁଷ୍କର୍ମ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ବିକ୍ଷୋଭ - bjp protest

ଯାଜପୁରର ଆଦିବାସୀ ନାବାଳିକାକୁ ଭୁବନେଶ୍ବରରେ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ବିଜେପି ପକ୍ଷରୁ ବିଏମସି ନର୍ଥ ଜୋନ ଅଧିକାରୀ ପ୍ରମୋଦ ପୃଷ୍ଟିଙ୍କୁ ଚାକିରୀରୁ ବହିଷ୍କାର ଏବଂ ଗିରଫ ଦାବିରେ ଚନ୍ଦ୍ରଶେଖରପୁର ବିଏମସି ନର୍ଥଜୋନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବିଜେପି ।

ବିଜେପିର ବିକ୍ଷୋଭ
ବିଜେପିର ବିକ୍ଷୋଭ
author img

By

Published : Nov 6, 2020, 10:32 PM IST

ଭୁବନେଶ୍ବର: ଯାଜପୁରର ଆଦିବାସୀ ନାବାଳିକାକୁ ଭୁବନେଶ୍ବରରେ ଦୁଷ୍କର୍ମ ଅଭିଯୋଗରେ ଭୁବନେଶ୍ବର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ବର ବିଜେପି ପକ୍ଷରୁ ବିଏମସି ନର୍ଥ ଜୋନ ଅଧିକାରୀ ପ୍ରମୋଦ ପୃଷ୍ଟିଙ୍କୁ ଚାକିରୀରୁ ବହିଷ୍କାର ଏବଂ ଗିରଫ ଦାବି କରି ଚନ୍ଦ୍ରଶେଖରପୁର ବିଏମସି ନର୍ଥ ଜୋନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବିଜେପି ।

ବିଜେପିର ବିକ୍ଷୋଭ

ବିଜେପିର ଅଭିଯୋଗ, ସରକାରୀ ଅଧିକାରୀ ହୋଇ କେଉଁ ପରିସ୍ଥିତିରେ ଆଦିବାସୀ ନାବାଳିକାକୁ ଘରେ କାମ କରାଉଥିଲେ । ନାବାଳିକାକୁ ଘରେ କାମ କରାଇବା ଶିଶୁ ଶ୍ରମିକ ଆଇନ ଅନୁସାରେ, ଅପରାଧ ହୋଇଥିବାରୁ ଓଏଏସ ଅଫିସର ପୃଷ୍ଟିଙ୍କ ଗିରଫ ଦାବି କରିଛି ବିଜେପି ।

ଯାଜପୁର ରାମଚନ୍ଦ୍ରପୁର ଥାନାରେ ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କାହିଁକି ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ଦିଲ୍ଲୀପ ମହାନ୍ତି ।

ଭୁବନେଶ୍ବର ବିଜେପି ପକ୍ଷରୁ ବିଏମସି ଅଧିକାରୀଙ୍କ ତୁରନ୍ତ ଗିରଫ ଦାବି କରାଯାଇଛି । ସରକାର ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି ହୋଇଛି ।

ସୂଚନା ଥାଉ କି, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଓଏଏସ ଅଫିସର ତଥା ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ଘରେ ଅଧିକାରୀଙ୍କ ଶ୍ବଶୁର କାମ କରୁଥିବା ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ନିଜ ଘରକୁ ଯିବା ପରେ ସେ ଅନ୍ତସତ୍ତା ଥିବା ପରିବାର ଜାଣିବାକୁ ପାଇଥିଲେ ।

ଏହି ଘଟଣାରେ ଯାଜପୁର ପୋଲିସର ସ୍ବତନ୍ତ୍ର ଟିମ ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ପ୍ରମୋଦ ପୃଷ୍ଟିଙ୍କ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟିଙ୍କ ଗିରଫ କରାଯାଇଥିବା ସୂଚନା ମିଳିଛି । ସେପଟେ ଶୁକ୍ରବାର ଭୁବନେଶ୍ବରରେ ବିଜେପି ପକ୍ଷରୁ ବିଏମସି ଅଧିକାରୀଙ୍କ ଗିରଫ ଦାବି ଜୋର ଧରିବା ପରେ, ତରବରିଆ ଭାବେ ବିଏମସି ପକ୍ଷରୁ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କୁ ବିଏମସି ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇ, ତାଙ୍କ ସ୍ଥାନରେ ପୁରନ୍ଦର ନନ୍ଦଙ୍କୁ ଦାୟୀତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.