ଭୁବନେଶ୍ବର: ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ । ଶକ୍ତି ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଭୁବନେଶ୍ବର ଜିଲ୍ଲା ବିଜେପି । ଶୁକ୍ରବାର ଭୁବନେଶ୍ବରରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆଜି ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି । ଏକାଥରକେ ପ୍ରାୟ ୩୫ ଟି ସ୍ଥାନରେ ଆରମ୍ଭ ହୋଇଛି ପ୍ରତିବାଦ ।
ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଙ୍କ ନେତୃତ୍ତ୍ବରେ ପ୍ରତି ସ୍ଥାନରେ ଶତାଧିକ ବିଜେପି କର୍ମୀ ମାନେ ଶକ୍ତିମନ୍ତ୍ରୀ ବିଧାନସଭା ଗୃହରେ ମିଥ୍ୟା ତଥ୍ୟ ଦେଇଥିବାରୁ ତାଙ୍କ ଇସ୍ତଫା ଦାବି କରି ସ୍ଲୋଗାନ ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ବିଜୁଳି ଦର ନକମିଛି ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ବିଜେପି ଭୁବନେଶ୍ବର ଜିଲ୍ଲା ସମ୍ପାଦିକା ଉନ୍ନତି ପରିଡା କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ