ETV Bharat / city

ଚାଷୀଙ୍କ ସହିତ ଖେଳୁଛନ୍ତି ସରକାର, ରାଜ୍ୟରେ ମରୁଡି ସ୍ଥିତି ଗମ୍ଭୀର - ମରୁଡି ସ୍ଥିତି ଗମ୍ଭୀର

ରାଜ୍ୟର ମରୁଡି ସ୍ଥିତି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପି ନେତା ତଥା ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପିର ଟିମ ମରୁଡିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ...

bjp pressmeet on drought issue
ଚାଷୀଙ୍କ ସହିତ ଖେଳୁଛନ୍ତି ସରକାର, ରାଜ୍ୟରେ ମରୁଡି ସ୍ଥିତି ଗମ୍ଭୀର
author img

By

Published : Sep 7, 2021, 5:54 PM IST

ଭୁବନେଶ୍ବର: ରାଜ୍ୟର ମରୁଡି ସ୍ଥିତି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପି ନେତା ତଥା ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପିର ଟିମ ମରୁଡିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସାରା ରାଜ୍ୟରେ ବିଜେପିର 4ଟି ଟିମ ମରୁଡି ଅଞ୍ଚଳ ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମରୁଡି ସ୍ଥିତି ଏକ ଗମ୍ଭୀର ବିଷୟ । କିନ୍ତୁ ସରକାର ଏହି ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ନାହାନ୍ତି ବୋଲି ମନମୋହନ ସାମଲ ଅଭିଯୋଗ କରିଛନ୍ତି।

ଚାଷୀଙ୍କ ସହିତ ଖେଳୁଛନ୍ତି ସରକାର, ରାଜ୍ୟରେ ମରୁଡି ସ୍ଥିତି ଗମ୍ଭୀର

ରାଜ୍ୟରେ ଚାଷୀ ଆତ୍ମହତ୍ୟା ଆରମ୍ଭ ହୋଇଛି । ବଲାଙ୍ଗୀର ତୁରେଇକଲାର ଚାଷୀ ଆତ୍ମହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ମରୁଡି ପ୍ରସଙ୍ଗରେ ପଦୁଟିଏ ହେଲେ କହୁନାହାଁନ୍ତି । ବିଜେପିର 4ଟି ଦଳ ସାରା ରାଜ୍ୟର 200ରୁ 250ଟି ସ୍ଥାନ ବୁଲିଛନ୍ତି ଏବଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ 75 ଦିନ ବର୍ଷା ହୋଇନି । ଧାନ ପୋଡି ଯାଇଛି । ବିଜେପି ସରଜମିନ ତଦନ୍ତ କରିଛି । ବୁଲିବା ସମୟରେ ସରକାରୀ ଦଳର ବିଧାୟକ କିମ୍ବା କୌଣସି ସରକାରୀ ଅଧିକାରୀ ପହଞ୍ଚିନଥିବା ଜଣାପଡ଼ିଛି । ବିଜେପି ଟିମ ବୁଲିବା ଆରମ୍ଭ କରିବା ପରେ ସରକାର ବିଧାନସଭାରେ ମୋସନ ଆଣିଛନ୍ତି । 20 ବର୍ଷ ବନ୍ୟା ହେଲେ ଯେତିକି କ୍ଷତି ହେବନି ତାଠାରୁ ଅଧିକ କ୍ଷତି ଗୋଟିଏ ବର୍ଷ ମରୁଡି ହେଲେ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ 35 ଭାଗ ଜମିରେ ଜଳସେଚନ କରିବୁ । 2014ରେ କହିଥିଲେ 10 ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବୁ । ସରକାର ହିସାବ ଦେଉଛନ୍ତି, ମାତ୍ର 34 ହଜାର ହେକ୍ଟର ଜଳସେଚନ ହୋଇଛି । ଆଜି ଯାଏଁ ଋଣ ଛାଡ଼ର ଘୋଷଣା ହୋଇନି । ଆଗୁଆ ଋଣ ଦେବାର ମଧ୍ୟ ନିଷ୍ପତ୍ତି ହୋଇନି । ସରକାର ବିନା ଚିନ୍ତାରେ ବସିଛନ୍ତି ।

କେବେ ସୁଦ୍ଧା ଘୋଷଣା ଅନୁଯାୟୀ ଜଳସେଚନ ବ୍ୟବସ୍ଥା କରିବେ । ରାଜ୍ୟ ସରକାର ସାମାଜିକ ଅପରାଧ କରୁଛନ୍ତି । ଚାଷୀଙ୍କ ଭାଗ୍ୟ ସହ ଖେଳୁଛନ୍ତି । ମରୁଡି ମୁକାବିଲା ପାଇଁ ସର୍ବଦଳୀୟ କମିଟି ଗଠନ କରନ୍ତୁ ରାଜ୍ୟ ସରକାର । ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ ସରକାର । 22 ବର୍ଷର ଶାସନ ଭିତରେ ଗୋଟିଏ ହେଲେ, ଚେକ ଡ଼୍ୟାମ ଓ ବ୍ୟାରେଜ କରି ନାହାନ୍ତି ରାଜ୍ୟ ସରକାର । ମରୁଡି ପ୍ରତିକାର କରିବା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ବିଜେପି ସବୁ ବେଳେ ପ୍ରସ୍ତୁତ ଅଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.