ETV Bharat / city

ଦଳିତ ବର୍ଗଙ୍କ ଉପରେ ଆକ୍ରମଣ, ଆକ୍ରମଣକାରୀ ବିଜେଡିର ସମର୍ଥକ କହିଲା ବିଜେପି - ଆକ୍ରମଣକାରୀ

ମନରେଗା ଦୁର୍ନୀତିକୁ ବିରୋଧ କରିଥିବା ଦଳିତ ବର୍ଗଙ୍କ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଛି । ତେବେ ଏହି ଆକ୍ରମଣକାରୀ ଶାସକ ଦଳର ସମର୍ଥକ ବୋଲି କହିଛି ବିଜେପି । ଅଧିକ ପଢନ୍ତୁ...

ଦଳିତ ବର୍ଗଙ୍କ ଉପରେ ଆକ୍ରମଣ, ଆକ୍ରମଣକାରୀ ବିଜେଡିର ସମର୍ଥକ କହିଲା ବିଜେପି

author img

By

Published : Jul 31, 2021, 6:26 PM IST

ଭୁବନେଶ୍ବର: ମନରେଗା ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଦଳିତ ବର୍ଗର ଲୋକଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ତେବେ ଏହି ଦଳିତ ବର୍ଗଙ୍କ ଉପରେ ହୋଇଥିବା ଆକ୍ରମଣରେ ଆକ୍ରମଣକାରୀ ଶାସକ ଦଳ ବିଜେଡିର ସମର୍ଥକ ବୋଲି ଦଳ କହିଛି ।

ଦଳିତ ବର୍ଗଙ୍କ ଉପରେ ଆକ୍ରମଣ, ଆକ୍ରମଣକାରୀ ବିଜେଡିର ସମର୍ଥକ କହିଲା ବିଜେପି

ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଦଳିତ ବର୍ଗର ଲୋକତଙ୍କ ଉପରେ ଆକ୍ରମଣ ହେଉଛି । ଏହି ଆକ୍ରମଣ କରୁଥିବା ଲୋକମାନେ ଶାସକ ଦଳର ସମର୍ଥକ । ତେଣୁ ଏ ସମ୍ପର୍କରେ ପୋଲିସ ନିକଟରେ ଏତଲା ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି । ରାଜ୍ୟରେ ସରକାର ସମ୍ପୂର୍ଣ୍ଣ ଦଳିତ ବିରୋଧୀ । ରାଜ୍ୟରେ ଦଳିତ ବର୍ଗର ଲୋକମାନେ ସୁରକ୍ଷିତ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏଣୁ ଏ ସମ୍ପର୍କରେ ପୋଲିସ ନିକଟରେ ଏତଲା ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପୋଲିସ ଅଧିକାରୀମାନେ ବିଜୁ ଜନତା ଦଳର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।

ମନରେଗା ଦୁର୍ନୀତି ବିରୋଧରେ ଧାରଣା ଦେଇଥିବା ରୀନା କାଣ୍ଡି ଓ କିଛି ଦଳିତ ବର୍ଗର ଲୋକମାନଙ୍କୁ ଗତ 27 ତାରିଖ ରାତି 2 ଟାରେ ସ୍ଥାନୀୟ ସରପଞ୍ଚଙ୍କ ପୁଅ ମିଟୁ ବାରିକ ମାରପିଟ କରିବା ସହ ଅଶ୍ରବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏପରିକି ଆମ୍ବେଦକରଙ୍କ ଫଟୋକୁ ତଳେ ପକାଇବା ସହିତ ଦଳି ମକଚି ଦେଇଥିଲେ । ଏନେଇ ପୋଲିସ ନିକଟରେ ଏତଲା ଦିଆଯାଇଥିଲା । ତେବେ ଘଟଣାକୁ ୩୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପୋଲିସ ଡିଜି, ମାନବାଧିକାର କମିଶନ ଓ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବ ବୋଲି କହିଛନ୍ତି ଏହି ମୋର୍ଚ୍ଚାର ସଦସ୍ୟ ବିଭୁ ପ୍ରସାଦ ତରାଇ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.