ETV Bharat / city

ଦଳିତଙ୍କ ପାଇଁ ସ୍ଵାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର: ବିଜେପି

author img

By

Published : Apr 14, 2022, 5:37 PM IST

ଦଳିତଙ୍କ ପାଇଁ ସ୍ଵାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଏପରିକି ଦଳିତଙ୍କ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ବାଟମାରଣା ହେଉଛି । ଯେଉଁଥିପାଇଁ ସମ୍ପୂର୍ଣ୍ଣ ଭାବେ ସରକାରଙ୍କୁ ଦାୟୀ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଦଳିତଙ୍କ ପାଇଁ ସ୍ଵାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର : ବିଜେପି

ଭୁବନେଶ୍ବର : ବାବା ସାହେବ ଆମ୍ବେଦକରଙ୍କ 132ତମ ଜୟନ୍ତୀ ଆଜି ବିଜେପି ପାର୍ଟି ଅଫିସରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ୍ବେଦକରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି କହିଛି ଯେ ଆମ୍ବେଦକରଙ୍କ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି, ତାହାକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ଦଳିତଙ୍କ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ବାଟମାରଣା କରିଛନ୍ତି ସରକାର । ଜାତି ବିହୀନ ସମାଜ ତିଆରି କରିବା ଥିଲା ଆମ୍ବେଦକରଙ୍କ ଲକ୍ଷ୍ୟ । ଆଉ ସେହି ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ହେଲେ ରାଜ୍ୟ ସରକାର ଏହାକୁ ଅଣଦେଖା କରିବାରେ ଲାଗିଛନ୍ତି ।

ମୁଦ୍ରା ଯୋଜନା ଅଧୀନରେ ଏସସି,ଏସଟି ଓ ଓବିସି ୩୪, ୪୧ କୋଟି ହିତାଧିକାରୀଙ୍କ ଆକାଉଣ୍ଟରେ ୧୮.୬୦ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଣ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ୩.୧ କୋଟି ମାଗଣା ଗ୍ୟାସ ସଂଯୋଗ । ଆବାସ ଯୋଜନା ଅଧୀନରେ ଏସ୍‌ସି/ଏସ୍‌ଟି ହିତାଧିକାରୀଙ୍କୁ ୧.୩୧ କୋଟି ପକ୍କା ଘର । ୭୯ ହଜାର ଦଳିତ ଶ୍ରମିକଙ୍କୁ ୨୭.୮ ହଜାର କୋଟି ଟଙ୍କାର ସହାୟତା । ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ଛାତ୍ର ବୃତିରେ ଦୁଇଗୁଣା ବୃଦ୍ଧି -୨୦୧୩-୧୪ରେ ୩.୬ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୧-୨୨ରେ ୬.୭ ହଜାର କୋଟି ଟଙ୍କାରେ ପହଞ୍ଚିଲା । ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଏସ୍‌ସି/ଏସ୍‌ଟି ହିତାଧିକାରୀଙ୍କୁ ୫.୩ ହଜାର କୋଟି ଟଙ୍କା ସହାୟତା ମିଳିଛି । ୨.୭ ଲକ୍ଷ ଏସ୍‌ ଯୁବକମାନଙ୍କୁ ମାଗଣା ପ୍ରଶିକ୍ଷଣ । ଭେଞ୍ଚର କ୍ୟାପିଟାଲ ଫଣ୍ଡ ଜରିଆରେ ଉଦ୍ୟୋଗୀମାନଙ୍କୁ ୪୫୦ କୋଟି ଟଙ୍କା ପ୍ରଦାନ ।

୨ ହଜାର ଗ୍ରାମ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବାକୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ହେଲେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ବାଟମାରଣା ସହ ଅନ୍ୟ ବାଟରେ ଖର୍ଚ୍ଚ କରୁଛନ୍ତି ସରକାର । ଓଡିଶା ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ସମଗ୍ର ରାଜ୍ୟରେ ଏହି ବର୍ଗର ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଥିବା ଆଡଭାଇଜାରି କମିଟି ଥିଲେ ମଧ୍ୟ ତାହାର ବୈଠକ ଥରୁଟିଏ ବସୁ ନାହିଁ । ଯେତେବେଳେ କି ବର୍ଷକୁ ତିନିଥର ବୈଠକ ବସିବାର ପ୍ରାବଧାନ ରହିଛି ।

ରାଜ୍ୟରେ ଦଳିତ ବର୍ଗର ଲୋକଙ୍କ ଅସୁରକ୍ଷିତ । ସେମାନଙ୍କ ପ୍ରତି ଆକ୍ରମଣ ବଢି ଚାଲିଛି । କେନ୍ଦ୍ରାପଡା, ଚିଲିକା, ଜଗତସିଂହପୁର ଭଳି ସ୍ଥାନରେ ଦଳିତ ଲୋକଙ୍କ ଉପରେ ଆକ୍ରମଣ ହେଲା ମାତ୍ର ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିଲା ନାହିଁ । ସବୁଠି ପ୍ରଶାସନ ନିରବ ଦ୍ରଷ୍ଟା ସାଜି ଏହି ଆକ୍ରମଣକୁ ପ୍ରଶୟ ଦେଲା ।

ଦଳିତ ବର୍ଗ ମାନଙ୍କ ପାଇଁ କେନ୍ଦ୍ରରୁ ଯେଉଁ ଟଙ୍କା ଆସୁଛି, ତାକୁ ମଧ୍ୟ ସଠିକ ଭାବେ ଖର୍ଚ୍ଚ କରାଯାଉ ନାହିଁ । ତେଣୁ ରାଜ୍ୟ ସରକାର ଯଦି ରାଜ୍ୟର ଦଳିତ ବର୍ଗ ପ୍ରତି ଏହି ଭଳି ମନୋଭାବ ରଖିବେ, ତେବେ ଆଗାମୀ ସମୟରେ ଦଳିତ ବର୍ଗ ତାଙ୍କୁ କ୍ଷମା ଦେବେ ନାହିଁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.