ETV Bharat / city

'ଅହିଂସାର ବାର୍ତ୍ତା ଦେଉଥିବା ମୁଖ୍ୟମନ୍ତ୍ରୀ ହିଂସ୍ର ସାଂସଦଙ୍କ ଉପରେ ଆକ୍ସନ ନିଅନ୍ତୁ' - bhubaneswar news

ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ପ୍ରସଙ୍ଗରେ ବିଜେପି ନିଜର ପ୍ରତିକ୍ରିୟା ରଖିଛି । ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବାବେଳେ ତାଙ୍କ ଦଳର ସାଂସଦ ହିଂସାତ୍ମକ ଢଙ୍ଗ ଆପଣାଉଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ମତ ରଖନ୍ତୁ ଏବଂ ତୁରନ୍ତ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 25, 2019, 3:07 PM IST

ଭୁବନେଶ୍ବର: ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ପ୍ରସଙ୍ଗରେ ବିଜେପି ନିଜର ପ୍ରତିକ୍ରିୟା ରଖିଛି । ଗଜପତି ଜିଲ୍ଲାର ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ପ୍ରଶଂସକଙ୍କୁ ଶକ୍ତ ଚାପୁଡା ମାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅହିଂସାର ପାଠ ପଢ଼ାଉଛନ୍ତି ଏବଂ ଅହିଂସାକୁ ଭାରତର ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ବାର୍ତ୍ତା ଦେଉଛନ୍ତି। ଅଥଚ ଦଳୀୟ ସାଂସଦ ସର୍ବସମ୍ମୁଖରେ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ଅତ୍ୟନ୍ତ ନିନ୍ଦନୀୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବାବେଳେ ତାଙ୍କ ଦଳର ସାଂସଦ ହିଂସାତ୍ମକ ଢଙ୍ଗ ଅପଣାଉଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ମତ ରଖନ୍ତୁ ଏବଂ ତୁରନ୍ତ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଖାଲି ସେତିକି ନୁହେଁ ଅହିଂସାର ବାର୍ତ୍ତା ଦେଉଥିବା ମୁଖ୍ୟମନ୍ତ୍ରୀ ପ୍ରମାଣିତ କରନ୍ତୁ ସେ ଖାଲି କଥାରେ ନୁହେଁ କାମରେ ବି ବିଶ୍ବାସ କରନ୍ତି ।

ସୂଚନାଥାଉ କି, ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲାର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ । ଘଟଣା ଘଟିବା ସମୟରେ ବିଜେଡି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଦୃଶ୍ୟ । ମଞ୍ଚ ଉପରେ ବିଜେଡିର କିଛି ନେତାଙ୍କ ଗହଣରେ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଆଉ ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ବିଜେଡି ସାଂସଦ ଚାପୁଡ଼ା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା।

Body:ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା।ଗଜପତି ଜିଲାର ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ପ୍ରଶଂସକଙ୍କୁ ମାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତ ସିଂହାର।

ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅହିଂସାର ପାଠ ପଢ଼ାଉଛନ୍ତି ଏବଂ ଅହିଂସାକୁ ଭାରତର ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ବାର୍ତ୍ତା ଦେଉଛନ୍ତି,ଅଥଚ ଦଳୀୟ ସାଂସଦ ସର୍ବସମ୍ମୁଖରେ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ଅତ୍ୟନ୍ତ ନିନ୍ଦନୀୟ।ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବା ବେଳେ ତାଙ୍କ ଦଳର ସାଂସଦ ହିଂସାତ୍ମକ ଢଙ୍ଗ ଅପଣାଉଛନ୍ତି।ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ମତ ରଖନ୍ତୁ ଏବଂ ତୁରନ୍ତ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।ଖାଲି ସେତିକି ନୁହେଁ ଅହିଂସାର ବାର୍ତ୍ତା ଦେଉଥିବା ମୁଖ୍ୟମନ୍ତ୍ରୀ ପ୍ରମାଣିତ କରନ୍ତୁ ସେ ଖାଲି କଥାରେ ନୁହେଁ କାମରେବି ବିଶ୍ୱାସ କରନ୍ତି।

ସୂଚନାଥାଉ କି ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲାର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ।ଘଟଣା ଘଟିବା ସମୟରେ ବିଜେଡି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ।ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଦୃଶ୍ୟ।ମଞ୍ଚ ଉପରେ ବିଜେଡିର କିଛି ନେତାଙ୍କ ଗହଳରେ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ।ଆଉ ଏହି ପ୍ରଶଂସକ ଙ୍କୁ ସାଂସଦଙ୍କ ପାଖରେ ଥିବା ବ୍ୟକ୍ତି ଜଣଙ୍କ ଏକ ଗାମୁଛା ପକାଉଛନ୍ତି।ଆଉ ସାଂସଦ ହଠାତ ଏହି ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି।

ବାଇଟ-ଲେଖାଶ୍ରୀ ସାମନ୍ତ ସିଂହାର ,ରାଜ୍ୟ ସମ୍ପାଦିକା ବିଜେପି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.