ETV Bharat / city

ଚୋରି ପରେ ସିନା ଜୋରି କରୁଛି BJD: ଗୋଲକ ମହାପାତ୍ର

author img

By

Published : Dec 2, 2021, 8:08 AM IST

Updated : Dec 2, 2021, 1:38 PM IST

ଆବାସ ଯୋଜନାରେ ଦୁର୍ନୀତିଠୁ ନେଇ ମମିତା ମେହେର ହତ୍ୟାକାଣ୍ଡରେ (Mamita Meher murder case) ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ ଦଳ । ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ(BJP Pressmeet) କରି ବିଜେଡି ଉପରେ ବର୍ଷିଛି । ଅଧିକ ପଢନ୍ତୁ

ବିଜେପି ସାମ୍ବାଦିକ ସମ୍ମିଳନୀ
ବିଜେପି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଆବାସ ଯୋଜନାରେ ଦୁର୍ନୀତିଠୁ ନେଇ ମମିତା ମେହେର ହତ୍ୟାକାଣ୍ଡରେ (Mamita Meher murder case) ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ ଦଳ । ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ(BJP Pressmeet) କରି ବିଜେଡି ଉପରେ ବର୍ଷିଛି । ବିଧାନସଭା ଆରମ୍ଭ ହୋଇଯାଇଛି ସରକାରଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ଚୋରି ପୁଣି ସିନା ଜୋରି କରୁଛି ଶାସକ ଦଳ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ବିଜେପି ସାମ୍ବାଦିକ ସମ୍ମିଳନୀ

ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ବିଧାନସଭା ଭିତରେ ବିଜେପି ସରକାରଙ୍କୁ ଘେରୁଛି। ତାକୁ ଏଡାଇବା ପାଇଁ ଆଜି ବିଜେଡ଼ି ନାଟକ କରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ 1 ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ମିଳିନି ଘର । ଯୋଗ୍ୟଠୁ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଅଧିକ । ୯ଟି ଜିଲ୍ଲାବାସୀ ଏଯାଏଁ ଖଣ୍ଡିଏ ଘର ପାଇ ନାହାନ୍ତି । କାହିଁକି ଏପରି ହୋଇଛି ବୋଲି ଜବାବ ମାଗିଛି ବିଜେପି । କେନ୍ଦ୍ରୀୟ ଟିମ ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । କେନ୍ଦ୍ରକୁ କଂପ୍ଲାଏ ରିପୋର୍ଟ ଦେଉନି ଶାସକ ଦଳ।

21-22 ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟକୁ 8 ଲକ୍ଷ 17 ହଜାର 444 ପକ୍କା ଘର ଦେଇଛନ୍ତି । ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ଯୋଗୁଁ ଉପଯୁକ୍ତ ହିତାଧିକାରୀ ବଞ୍ଚିତ ହୋଇଛନ୍ତି। ରାଜ୍ୟରେ 1 ଲକ୍ଷରୁ ଊର୍ଦ୍ଧ୍ବ ଆବସରେ ଅନିୟମିତତା କରିଛନ୍ତି ରାଜ୍ୟ ସରକାର। ତାର ଜବାବ ଦିଅନ୍ତୁ । ଏହା ସରକାରଙ୍କ ଚୋରି ପୁଣି ସିନା ଜୋରି ବୋଲି କହିଛି ବିଜେପି । ନିଜ ଦୋଷକୁ ଘୋଡେଇବା ପାଇଁ ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ ବିଜେଡ଼ିର ଏହା ଏକ ନାଟକ । ଯଦି ସାହାସ ଅଛି ଲୋକଙ୍କୁ ଜବାବ ଦିଅନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିିଭି ଭାରତ

Last Updated : Dec 2, 2021, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.