ETV Bharat / city

ବିଜେପି ଦଳୀୟ କାର୍ଯ୍ୟାଳୟରେ ବଂଶଲ, ଚାଲିଛି ସମୀକ୍ଷା ଆଲୋଚନା

author img

By

Published : Sep 23, 2022, 6:31 PM IST

Updated : Sep 23, 2022, 9:27 PM IST

ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ନଡ୍ଡାଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ଓ ସାଂଗଠନିକ ସମୀକ୍ଷା ପାଇଁ ଓଡିଶା ଆସିଛନ୍ତି ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଦିନିକିଆ ଓଡିଶା ଗସ୍ତରେ ଭୁବନେଶ୍ବର ଆସିଥିବା ବଂଶଲ ଦଳୀୟ କାର୍ଯ୍ୟାଳୟରେ ସମୀକ୍ଷା କରୁଛନ୍ତି । ଅଧିକ ପଢନ୍ତୁ

ବିଜେପି ଦଳୀୟ କାର୍ଯ୍ୟାଳୟରେ ବଂଶଲ, ଚାଲିଛି ସମୀକ୍ଷା ଆଲୋଚନା
ବିଜେପି ଦଳୀୟ କାର୍ଯ୍ୟାଳୟରେ ବଂଶଲ, ଚାଲିଛି ସମୀକ୍ଷା ଆଲୋଚନା

ଭୁବନେଶ୍ବର: ଆସନ୍ତା 29 ରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା । ଏଥିପାଇଁ ଚଳଚଞ୍ଚଳ ହୋଇଛି ରାଜ୍ୟ ବିଜେପି କ୍ୟାମ୍ପ । ନଡ୍ଡାଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ଓ ସାଂଗଠନିକ ସମୀକ୍ଷା ପାଇଁ ଆଜି ଓଡିଶା ଆସିଛନ୍ତି ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଦିନିକିଆ ଓଡିଶା ଗସ୍ତରେ ଭୁବନେଶ୍ବର ଆସିଥିବା ବଂଶଲ ଦଳୀୟ କାର୍ଯ୍ୟାଳୟରେ ସମୀକ୍ଷା କରୁଛନ୍ତି ।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଫୋକସରେ ରଖି ସଂସଦୀୟ କ୍ଷେତ୍ରର ସାଂଗଠନିକ ଶକ୍ତି ସମୀକ୍ଷା କରୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଆଜି ଏକାଧିକ ସମୀକ୍ଷା ବୈଠକ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ୨୦୧୯ ନିର୍ବାଚନରେ ଯେଉଁ 13 ଟି ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ପରାଜିତ ହୋଇଥିଲେ । ଆଜି ସେହି ଜିଲ୍ଲାର ଜିଲ୍ଲା ପ୍ରଭାରୀ ଏବଂ ସଂଯୋଜକଙ୍କୁ ନେଇ ପ୍ରଥମ ବୈଠକ କରିଛନ୍ତି ।

ସେହିପରି ସମ୍ପୃକ୍ତ ୧୨ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରଭାରୀ ସଂଯୋଜକ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଥିରେ ରହିଛନ୍ତି କଟକ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, ପୁରୀ, ବ୍ରହ୍ମପୁର, କୋରାପୁଟ, କନ୍ଧମାଳ, ଜଗତସିଂହପୁର, ଆସ୍କା ସଂସଦୀୟ କ୍ଷେତ୍ରର ଜିଲ୍ଲା ପ୍ରଭାରୀ ଏବଂ ସଂଯୋଜକ । ସେହିଭଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଏବଂ ସଂଯୋଜକ ବୈଠକରେ ଉପସ୍ଥିତ ଥିଲେ ।

କ୍ଷେତ୍ରୀୟ ପ୍ରଭାରୀ ବଂଶଲ ପ୍ରଥମେ ଜିଲ୍ଲାର ଜିଲ୍ଲା ପ୍ରଭାରୀ ଏବଂ ସଂଯୋଜକଙ୍କ ସହ ଦଳର ସ୍ଥିତି ନେଇ ସିଧାସଳଖ ଆଲୋଚନା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 23, 2022, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.