ETV Bharat / city

କୃଷି ଆଇନ ଉପରୁ ନଜର ହଟାଇ ବିଜେପି ଧାନ ସଂଗ୍ରହ ଆଳ ଦେଖାଉଛି: ବିଜେଡି - BJP planning to attract attention of people

ରାଜ୍ୟରେ ବିଜେପି ଓ ବିଜେଡି ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି(ବୁଧବାର) ଏହାର ଜବାବ ଦେଇଛି ବିଜେଡି । ବିଜେପିର ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ଧାନ ବିକ୍ରି ସମସ୍ୟା ନେଇ ଜବାବ ରଖିଲେ ପ୍ରତାପ
ଧାନ ବିକ୍ରି ସମସ୍ୟା ନେଇ ଜବାବ ରଖିଲେ ପ୍ରତାପ
author img

By

Published : Jan 20, 2021, 8:29 PM IST

ଭୁବନେଶ୍ବର:ଚାଷୀଙ୍କ ଧାନ ବିକ୍ରିକୁ ନେଇ ରାଜ୍ୟରେ ବିଜେପି ଓ ବିଜେଡି ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି(ବୁଧବାର) ଏହାର ଜବାବ ଦେଇଛି ବିଜେଡି । କେନ୍ଦ୍ରର କୃଷି ଆଇନ୍‍କୁ ହେଉଥିବା ଦେଶବ୍ୟାପି ବିରୋଧରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହର ଆଳ ଦେଖାଇ ଆରଡିସି ଅଫିସ ଘେରିବାକୁ ଉଦ୍ୟମ ଚଳାଇଛନ୍ତି । ବିଜେପିର ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ଧାନ ବିକ୍ରି ସମସ୍ୟା ନେଇ ଜବାବ ରଖିଲେ ପ୍ରତାପ

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ପ୍ରତାପ ଦେବ କହିଛନ୍ତି ଯେ, କେନ୍ଦ୍ରର କୃଷି ଆଇନକୁ ନେଇ ଏବେ ସାରା ଦେଶରେ ବିରୋଧ ବଢିବାରେ ଲାଗିଛି । ଓଡିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ କରୁଛନ୍ତି । ରାଜ୍ୟସଭାରେ ଧ୍ବନୀ ମତରେ ବିଲ ପାସ କରାଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବାବେଳେ ସେଥିରୁ ନଜର ହଟାଇବା ପାଇଁ ଏବେ ଷଡଯନ୍ତ୍ର ଆରମ୍ଭ ହୋଇଛି ।

ଏହାର ଫଳ ସ୍ବରୂପ, ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହକୁ ଆଳ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଆରଡିସି ଅଫିସ ଘେରାଉ ଘୋଷଣା କରିଛି । ରାଜ୍ୟ ସରକାର ୨୦୦୩-୦୪ ବେଳକୁ ୧୦ରୁ ୧୧ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରୁଥିବାବେଳେ ଏବେ ୬୫ରୁ ୭୦ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରୁଛନ୍ତି ।

ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଯେତିକି ଧାନ ସଂଗ୍ରହ ହୋଇଛି ତାହା ଗତବର୍ଷର ଏହି ସମୟ ତୁଳନାରେ ୨୫ ପ୍ରତିଶତ ଅଧିକ ରହିଛି ଓ ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ଅଛି । ତେଣୁ ସରକାର ଧାନ ଉଠାଉ ନାହାନ୍ତି ବୋଲି ବିଜେପି ଯେଉଁ ଅଭିଯୋଗ କରୁଛି ସେଥିରେ କୌଣସି ସତ୍ୟତା ନାହିଁ । ବରଂ ରାଜ୍ୟ ସରକାର ଧାନ ସଂଗ୍ରହ କ୍ଷେତ୍ରରେ ଟୋକନ ବ୍ୟବସ୍ଥା ଦ୍ବାରା ଯେଉଁ ସ୍ବଚ୍ଛତା ନୀତି ଆପଣେଇଛନ୍ତି, ତାହା ଦ୍ବାରା ମଧ୍ୟସ୍ଥି ବ୍ୟବସ୍ଥାର ପରିସମାପ୍ତି ଘଟିଛି ।

ଏହାସହ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ଏକ ରାଜନୈତିକ ଚିନ୍ତାଧାରାରେ ସରକାରଙ୍କୁ କାଠଗଡାରେ ଛିଡା କରାଇବା ପାଇଁ ବିଜେପି ସବୁବେଳେ ଉଦ୍ୟମ କରୁଛି । ଯଦି କୃଷି ଆଇନକୁ ଚାଷୀ ବୁଝିପାରୁ ନାହାନ୍ତି, ତେବେ ଭାରତ ସରକାର ତାଙ୍କୁ ବୁଝାନ୍ତୁ ।

ହେଲେ ତାହା ନକରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି । ଓଡିଶାରେ ଚାଷୀଙ୍କ ଠାରୁ ସରକାର ସୁରୁଖୁରୁରେ ଧାନ ସଂଗ୍ରହ କରୁଥିବାବେଳେ ଏହାକୁ ବିରୋଧ ନକରି ବରଂ କେନ୍ଦ୍ରର କୃଷି ଆଇନ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବା ପାଇଁ ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.