ଭୁବନେଶ୍ବର: ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ। ବିଜେପି SC ମୋର୍ଚ୍ଚାର ସଭାପତି ଵିଭୂ ପ୍ରସାଦ ତରାଇଙ୍କ ନେତୃତ୍ବରେ ଭେଟିଛି ପ୍ରତିନିଧି ଦଳ । ଏହା ମୃତ୍ୟୁ ନୁହଁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି ବିଜେପି।
ହସ୍ପିଟାଲରେ ଚିକିତ୍ସା ଓ ସୁରକ୍ଷା ଦାୟିତ୍ବରେ ଥିବା ଲୋକଙ୍କ ଅବହେଳା ଯୋଗୁଁ ମୃତ୍ୟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ସେପଟେ ଏହାର ତଦନ୍ତ କରିବା ସହ ପୋଲିସ ଓ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି ।
ତେବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ଅବହେଳା ହୋଇଥିବା ନେଇ ଅଭିଯୋଗ କରିଥିବାରୁ ପ୍ରଶାସନିକ କଳ ତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରିଛି ବୋଲି ଅଭିଯୋଗ କରିଛି ବିଜେପି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ