ETV Bharat / city

ଭୁବନେଶ୍ୱରରେ ଡ୍ୟାନ୍ସ ବାର ଖୋଲିବା ନିଷ୍ପତ୍ତିକୁ ବିଜେପିର ବିରୋଧ

author img

By

Published : May 13, 2022, 10:59 PM IST

ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ ବିଜେପି ମହିଳା କର୍ମୀ ଡ୍ୟାନ୍ସ ବାର ଖୋଲିବା ନିଷ୍ପତ୍ତିକୁ ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଡ୍ୟାନ୍ସ ବାର ଖୋଲିବା ନିଷ୍ପତ୍ତିକୁ ବିଜେପିର ବିରୋଧ

ଭୁବନେଶ୍ବର: ଭୁବନେଶ୍ବରରେ ଡ୍ୟାନ୍ସ ବାର ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛି ଭୁବନେଶ୍ବର ଜିଲ୍ଲା ବିଜେପି । ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ ବିଜେପି ମହିଳା କର୍ମୀ ଏହାର ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜେପି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି ଯେ, ଏଭଳି ନିଷ୍ପତ୍ତି ନିନ୍ଦନୀୟ । ଗୋଟିଏ ପଟେ ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତିର ପ୍ରଚାର କଥା କହୁଛନ୍ତି ।

ଅଥଚ ଅନ୍ୟପଟେ ରାତି ୧୨ଟା ପର୍ଯ୍ୟନ୍ତ ଭୁବନେଶ୍ବର ରେ ଡ୍ୟାନ୍ସ ବାର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସରକାରଙ୍କ ଦୋ ମୁହାଁ ନୀତି । ଏହାକୁ ଆମେ ବିରୋଧ କରୁଛି । ମହିଳାଙ୍କୁ ଏସରକାର ପଣ୍ୟ ବୋଲି ବିଚାର କରୁଛି । ଡ୍ୟାନ୍ସ ବାର ଖୋଲି ରାଜ୍ୟସରକାର ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛନ୍ତି । ଯାହାକୁ ରାଜ୍ୟ ବିଜେପି ତୀବ୍ର ନିନ୍ଦା କରୁଛି। ଯଦି ସରକାର ଏହି ନିଷ୍ପତ୍ତିରୁ କ୍ଷାନ୍ତ ନରୁହନ୍ତି ଆଗାମୀ ଦିନରେ ବିଜେପି ଏହା ବିରୋଧ ଆନ୍ଦୋଳନ କରିବ ବୋଲି କହିଛନ୍ତି ବାବୁ ସିଂ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.