ETV Bharat / city

ପାଞ୍ଚ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ଓବିସି ମୋର୍ଚ୍ଚା

author img

By

Published : Aug 3, 2019, 10:33 PM IST

ପଛୁଆ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ଓ ରାଜ୍ୟରେ ଓବିସି କମିଶନ ଗଠନ ଆଦି ପାଞ୍ଚ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ଓବିସି ମୋର୍ଚ୍ଚା ପ୍ରତିନିଧି ଦଳ । ଶିକ୍ଷା ଠାରୁ ନିଯୁକ୍ତି, ସାମାଜିକ ଠାରୁ ଆର୍ଥିକ ସମସ୍ତ କ୍ଷେତ୍ରରେ ଯେପରି ପଛୁଆବର୍ଗ ଅବହେଳିତ ନହେବେ ସେ ନେଇ ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କୁ ଜଣାଯାଇଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଶନିବାର ପାଞ୍ଚ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ଓବିସି ମୋର୍ଚ୍ଚା ପ୍ରତିନିଧି ଦଳ। ପଛୁଆ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ଓ ରାଜ୍ୟରେ ତୁରନ୍ତ ଓବିସି କମିଶନ ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇଛନ୍ତି ।

ଏଥିସହ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ସୃଷ୍ଟି । ଓବିସିଙ୍କୁ ସରକାରୀ ଚାକିରୀ ଓ ଅନ୍ୟ ସୁବିଧା ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବୃଦ୍ଧି ଆଦି ପାଇଁ ପ୍ରତିନିଧି ମାନେ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଏହା ବ୍ୟତିତ ଓବିସି ଫାଇନାନ୍ସ କର୍ପୋରେସନ ମାଧ୍ୟମରେ ଋଣ ପ୍ରଦାନ ଏବଂ ଏସିବିସି ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ ଓବିସି ମୋର୍ଚ୍ଚା ।

ସେହିପରି କେନ୍ଦ୍ର ସରକାର ଦେଉଥିବା ଷ୍ଟାଇପେଣ୍ଡ ରାଜ୍ୟର ବହୁ କମ୍ ପରିମାଣର ଅର୍ଥ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ମିଳୁଛି । ଏବଂ ଅନ୍ୟାନ୍ୟ ସମୟରେ ଏହା ଦିଆଯାଉନଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର ଏହି ଅନୁଦାନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଉ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.