ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଉପସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ । କଳାହାଣ୍ଡି ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ, ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ।
ଶୁକ୍ରବାର ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଉପସଭାପତି ଅର୍ପିତା ଅପରାଜିତା ବଡ଼ଜେନା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଏହି ଘଟଣାରେ ସଂପୃକ୍ତ ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଉପସଭାପତି । ଓଡ଼ିଶାରେ ଏବେ ଏମିତି ଏକ ପରିବେଶ ରହିଛି ତାହା ଅସ୍ବାସ୍ଥ୍ୟକର ବୋଲି କହିଛନ୍ତି ।
ଗତକାଲି (ଗୁରୁବାର) ବିଜେଡି ପକ୍ଷରୁ ଯେଉଁ ସାମ୍ବାଦିକ ସମିଳନୀ କରି ବିଜେପିକୁ ଟାର୍ଗେଟ କରାଯାଇଥିଲା । ତାକୁ ଆଜି କାଉଣ୍ଟର କରିଛନ୍ତି ଅର୍ପିତା । କାହାର ସାହାସରେ ପୋଲିସ ପୀଡିତାଙ୍କ ପରିବାରକୁ ହଇରାଣ କରାଯାଉଥିଲା ଏବଂ ତାଙ୍କ ଏଫଆଇଆର ନରଖିବା ପାଇଁ କୁହାଯାଇଥିଲା । ଯେତେ ବି ନାରୀ ପୀଡିତ ହେବାର ଘଟଣା ରାଜ୍ୟରେ ଆସୁଛି ସବୁଠି କେଉଁଠି ନା କେଉଁଠି ସ୍ଥାନୀୟ ବିଧାୟକଙ୍କ ସମ୍ପୃକ୍ତି ରହୁଛି । ମାତ୍ର ମୁଖ୍ୟମନ୍ତ୍ରୀ ସବୁ ଜାଣିକି ଚୁପ ରହିଛନ୍ତି ବୋଲି କହିଛନ୍ତି ।
ସ୍ଥାନୀୟ ବିଧାୟକ ତଥା ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ଆଉ ବିଧାୟକକୁ ସେଠାକୁ କିପରି ହେଲିକେପ୍ଟର ନେଉଥିଲେ ସେ ବିଷୟରେ ବିଜେଡି କେବେ ତଦନ୍ତ କରିଛି କି ପ୍ରଶ୍ନ କରିଛନ୍ତି । ଯଦି ଶାସକ ଦଳ ଠିକ ଭାବେ କାର୍ଯ୍ୟ କରିବ ତେବେ ବିରୋଧୀ କାହିଁକି ବିରୋଧ କରିବେ । ଏବେ ବି ସମୟ ରହିଛି ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନିଆଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ଶାସକ ଦଳ ମର୍ଯ୍ୟାଦାର ସହ ରାଜନୀତି କରନ୍ତୁ ଏବଂ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ। ବିରୋଧୀକୁ କଣ କରିବା ପାଇଁ ଉପଦେଶ ଦେବା ବନ୍ଦ କରନ୍ତୁ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ