ETV Bharat / city

SRCଙ୍କୁ ଭେଟିଲେ ସମ୍ବିତ ପାତ୍ର, କଣାସ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା କରିବାକୁ ଦାବି - ସମ୍ବିତ ପାତ୍ର

ଏସଆରସିଙ୍କୁ ଭେଟିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କଣାସ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା କରିବା ପାଇଁ ରଖିଲେ ଦାବି । ଅଧିକ ପଢନ୍ତୁ

ଏସଆରସିଙ୍କୁ ଭେଟିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର, କଣାସ ବ୍ଲକକୁ ବନ୍ୟା ଅଞ୍ଚଳ ଘୋଷଣା କରିବାକୁ ଦାବି

author img

By

Published : Aug 23, 2022, 7:20 AM IST

ଭୁବନେଶ୍ବର: 4 ଦଫା ଦାବି ନେଇ SRC ପ୍ରଦୀପ ଜେନାଙ୍କୁ ଭେଟିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କଣାସ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା କରିବା ସହ ଅଞ୍ଚଳରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସମ୍ବିତ । ସୋମବାର ଏସଆରସିଙ୍କୁ ଭେଟିବାକୁ ସେ ଲୋକସେବା ଭବନ ଯାଇଥିଲେ । ତାଙ୍କ ସହ ସାକ୍ଷାତ କରିବା ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି ଯେ, ''4 ଦଫା ଦାବି ନେଇ ଏସଆରସିଙ୍କୁ ଭେଟିଛି । କଣାସ ବ୍ଲକକୁ ବନ୍ୟା ଅଞ୍ଚଳ ଘୋଷଣା କରିବା ସହ ଅତିକମରେ ଗୋଟିଏ ମାସ ପର୍ଯ୍ୟନ୍ତ ରିଲିଫ ବା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉ ।''

SRCଙ୍କୁ ଭେଟିଲେ ସମ୍ବିତ ପାତ୍ର, କଣାସ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା କରିବାକୁ ଦାବି

କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଦିଆଯାଉ । ବନ୍ୟା ଦ୍ବାରା ସୃଷ୍ଟି ହୋଇଥିବା ଘାଇକୁ ମରାମତି କରାଯାଉ । ରାଜ୍ୟରେ ଦେଖା ଯାଉଥିବା ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନକୁ ନେଇ ରାଜ୍ୟ ସରକାର ଏକ ଡିପିଆର ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସମ୍ବିତ ଅଭିଯୋଗ କରିଛନ୍ତି ଯେ, ''ତ୍ରୁଟିପୂର୍ଣ୍ଣ ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ହୋଇଛି । ଏହା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ । ସରକାରଙ୍କ ଦାୟିତ୍ବହୀନତା ଯୋଗୁଁ ଲକ୍ଷ ଲକ୍ଷ ଲୋକମାନେ ଆଜି ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ବାସ୍ତବ ସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅବ୍ୟବସ୍ଥା ଦେଖିଛି ।'' ବନ୍ୟା ପରିଚାଳନା ପାଇଁ ଦୀର୍ଘସୁତ୍ରୀ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଏହାକୁ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.