ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ରହିବ ନାହିଁ: ସାଂସଦ ଜୁଏଲ ଓରାମ - bjp mp juel oram

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ ଜୁଏଲ ଓରାମ । ଗୋଟିଏ ଦିନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ମାନେ ଯାଇ ସେଠାରେ ଯେଉଁ ହାଉଲିଙ୍ଗ କରୁଛନ୍ତି । ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଲୋକ ମାନେ ଜାଣିଛନ୍ତି ସୁନ୍ଦରଗଡ଼ରେ ବିକାଶ କାମରେ କାହାର ଯୋଗଦାନ ରହିଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କୈଣସି ପ୍ରଭାବ ରହିବ ନାହିଁ; ସାସଂଦ ଜୁଏଲ ଓରାମ

author img

By

Published : Feb 16, 2021, 7:11 PM IST

ଭୁବନେଶ୍ବର: ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ ଜୁଏଲ ଓରାମ । ସେ କହିଛନ୍ତି ଯେ, ସମସ୍ତ ଯୋଜନାରେ କେନ୍ଦ୍ର ସରକାରଙ୍କର 80 ପ୍ରତିଶତ ଅନୁଦାନ ରହିଛି । କିନ୍ତୁ ରାଜ୍ୟ ସରକାର ସେଗୁଡିକର ନିଜ ନାଁ ନେଇ ବାଃ ବାଃ ନେଉଛନ୍ତି । ସେଠାରେ ମୁଁ ସାଂସଦ ଭାବେ ଜିତିଛି । ଆଉ ବିଜେଡ଼ିର ବିଧାୟକ ସଂଖ୍ୟା ମଧ୍ୟ ସୁନ୍ଦରଗଡ଼ରେ କମ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କୈଣସି ପ୍ରଭାବ ରହିବ ନାହିଁ; ସାସଂଦ ଜୁଏଲ ଓରାମ

ସମୟ ଥିଲା ସୁନ୍ଦରଗଡ଼ ଜିଲ୍ଲାରେ 4 ଜଣ ସାଂସଦ ରହୁଥିଲେ । ଜଣେ ଲୋକସଭାର ଏବଂ 3 ଜଣ ରାଜ୍ୟସଭା। ଏହାସହ ମନ୍ତ୍ରୀ ମଧ୍ୟ ରହୁଥିଲେ । ଏବେ କିନ୍ତୁ ସୁନ୍ଦରଗଡ଼ ମନ୍ତ୍ରୀ ଶୂନ୍ୟ ଜିଲ୍ଲା । ସେଠାରେ ଆଦିବାସୀ ଲୋକଙ୍କୁ ମହତ୍ତ୍ବ ଦିଆଯାଉନାହିଁ । ମଙ୍ଗଳା କିଷାନ ଭଳି ବରିଷ୍ଠ ନେତା ଥାଉ ଥାଉ ତାଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ତେଣୁ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ମାନେ ଯାଇ ସେଠାରେ ଯେଉଁ ହାଉଲିଙ୍ଗ କରୁଛନ୍ତି । ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଲୋକ ମାନେ ଜାଣିଛନ୍ତି ସୁନ୍ଦରଗଡ଼ରେ ବିକାଶ କାମରେ କାହାର ଯୋଗଦାନ ରହିଛି ।

ଆଉ ଏହି ପ୍ରକାର ହାଉଲିଙ୍ଗ କରି ବିଜେଡ଼ି ଭାବୁଛି, ସେଠାରେ ରାଜନୈତିକ ପରିବର୍ତ୍ତନ କରିବେ ବୋଲି, ହେଲେ ସେମିତି କିଛି ହେବ ନାହିଁ । ସୁନ୍ଦରଗଡ଼ ଆଦିବାସୀ ଜିଲ୍ଲା, ସେଠାରେ ଆଦିବାସୀ ନେତୃତ୍ବଙ୍କୁ ଗୁରୁତ୍ବ ଦେବାକୁ ପଡ଼ିବ । ତେଣୁ ଆଦିବାସୀ ନେତୃତ୍ବଙ୍କୁ ଯେତେଦିନ ପର୍ଯ୍ୟନ୍ତ ଗୁରୁତ୍ବ ଦେବେନାହିଁ, ବିଜେଡ଼ି ଆଗକୁ ବଢ଼ି ପାରିବ ନାହିଁ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.