ETV Bharat / city

ଦାରିଦ୍ର୍ୟତା ଓ ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ଅପରାଜିତା

author img

By

Published : Sep 24, 2021, 6:20 PM IST

ରାଜ୍ୟରେ ଦାରିଦ୍ର୍ୟତାର ସ୍ଥିତି ଓ ମହିଳାଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ । ସବିଶେଷ ତଥ୍ୟ ଉପସ୍ଥାପନ କରି ସରକାରଙ୍କୁ ଘେରିଛନ୍ତି ଅପରାଜିତା । ଅଧିକ ପଢନ୍ତୁ...

ଦାରିଦ୍ର୍ୟତାର ସ୍ଥିତି ଓ ମହିଳାଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗ, ପ୍ରେସମିଟରେ ସରକାରଙ୍କୁ ଘେରିଲେ ଅପରାଜିତା

ଭୁବନେଶ୍ବର: ରାଜ୍ୟରେ ଦାରିଦ୍ର୍ୟତାର ସ୍ଥିତି ଓ ମହିଳାଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ସରକାର କହୁଛନ୍ତି ରାଜ୍ୟ ବିକାଶରେ, ପୁଞ୍ଜି ନିବେଶରେ ନଂ 1। କିନ୍ତୁ ପ୍ରକୃତରେ ରାଜ୍ୟ ଦାରିଦ୍ର୍ୟରେ ତଳ ଆଡ଼ୁ ନଂ 1। ଓଡ଼ିଶା ହକି ବିଶ୍ବକପ ସ୍ପନ୍ସର କଲେ ଦାରିଦ୍ର୍ୟତା ଦୂର ହେବନି । ସମସ୍ତ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ଓଡ଼ିଶା ଦାରିଦ୍ର୍ୟର ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛନ୍ତି ଅପରାଜିତା ।

ରାଜ୍ୟ ସରକାର କହୁଛନ୍ତି ଆମେ ବିକାଶରେ, ପୁଞ୍ଜି ନିବେଶରେ ନଂ 1। ପ୍ରକୃତରେ ଆମେ ଦ୍ରାରିଦ୍ର୍ୟରେ ତଳ ଆଡ଼ୁ ନଂ 1। ଏ ତଥ୍ୟ କହୁଛି NSSO ବା ନ୍ୟାସନାଲ୍ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନ। ପ୍ରତ୍ୟେକ ଘରର ସମ୍ପତ୍ତିର ମୂଲ୍ୟ କେତେ ଆଉ ଋଣ କେତେ ଏଥିରୁ ରାଜ୍ୟର ଦାରିଦ୍ର୍ୟତାର ସ୍ଥିତି ଜଣାପଡୁଛି । NSSO ରିପୋର୍ଟ ଅନୁସାରେ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଘରର ସମ୍ପତ୍ତିର ମୂଲ୍ୟ 5 ଲକ୍ଷ 32 ହଜାର। ଆଉ ସହରାଞ୍ଚଳରେ ଏହା 13 ଲକ୍ଷ 41 ହଜାର । ଓଡ଼ିଶାର 40 ପ୍ରତିଶତ ପରିବାର ଋଣଗ୍ରସ୍ତ। ପ୍ରତ୍ୟେକ ପରିବାରର ଋଣର ପରିମାଣ 5.5 ପ୍ରତିଶତ । ଚାଷୀଙ୍କ ମାସିକ ଆୟ 2015 ରୁ 17 ରେ 7 ହଜାର 730 ଟଙ୍କା ଥିଲା ଏବେ 5 ହଜାରକୁ ଖସିଛି ବୋଲି କହିଛନ୍ତି ଅପରାଜିତା ।

ଗିନି କୋ-ଏଫିସିଏଣ୍ଟ ଅର୍ଥାତ ଆୟ ଏବଂ ବ୍ୟୟ ଅସମାନତାରେ ରାଜ୍ୟ ତଳ ଆଡ଼ୁ ପ୍ରଥମ ଅର୍ଥାତ 36 ତମ ସ୍ଥାନରେ ରହିଛି । ନୀତି ଆୟୋଗ ରିପୋର୍ଟ ଅନୁସାରେ ଓଡ଼ିଶା ଦ୍ବିତୀୟ ଅଧିକ ଜନସଂଖ୍ୟା ଥିବା ଗରିବ ରାଜ୍ୟ। ରାଜ୍ୟ ବିଶ୍ବକପ୍ ହକି ସ୍ପନ୍ସର କଲେ ଦାରିଦ୍ର୍ୟତା ଦୂର ହେବନି। ଯଦି କେନ୍ଦ୍ରୀୟ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ଥାନ୍ତା ତାହେଲେ ଦ୍ରାରିଦ୍ର୍ୟତା ଦୂର କରିବାରେ କିଛିଟା ସଫଳ ହୋଇଥାନ୍ତେ ସରକାର । DMF ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା । ଏତେ ଟଙ୍କା କେଉଁଠି କିପରି ଖର୍ଚ୍ଚ ହୋଇଛି । 21 ବର୍ଷ ଏକ ଲମ୍ବା ସମୟ। ଏଥି ପାଇଁ ସରକାରୀ ଅଧିକାରୀ ଏବଂ ସଂସ୍ଥା ସରକାର ଦାୟୀ ଏବଂ ଶାସକ ଦଳ ଦାୟୀ । OLRDCରେ ବହୁ ଦୁର୍ନୀତି ହୋଇଛି। ସମସ୍ତ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଛି। ଦ୍ରାରିଦ୍ର୍ୟତାର ଏକ ମୁଖ୍ୟ କାରଣ ଦୁର୍ନୀତି ବୋଲି କହିଛନ୍ତି ଅପରାଜିତା ।

ସେ ଆହୁରି କହିଛନ୍ତି ଯେ ୨୦୧୫-୧୬ ଚାଷୀଙ୍କ ମାସିକ ଆୟ ହାରାହାରି ୭ ହଜାର ୭୩୧ ଟଙ୍କା ଥିବା ବେଳେ ୨୦୧୯ରେ ରହିଛି ୫ ହଜାର ୧୧୨ । ଚାଷୀ ପ୍ରତିଦିନ ପାଆନ୍ତି ୧୭୦ ଟଙ୍କା । ସରକାର କରିଛନ୍ତି କିନ୍ତୁ ଚାଷୀଙ୍କ ଅବସ୍ଥା ତଳକୁ ଯାଉଛି। ୩୬ ତମ ସ୍ଥାନରେ ରହିଛି ଓଡିଶା। ୨୦୧୯-୨୦ ରେ ନୀତି ଆୟୋଗ ରିପୋର୍ଟ ଅନୁସାରେ ଜାତୀୟ ସ୍ତରରେ ଦରିଦ୍ର୍ୟ ସୀମାରେଖା ତଳରେ ୨୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୩୩.୫୯ ପ୍ରତିଶତ ରହିଛି। ରାଜ୍ୟ ସରକାର ଯଦି ସଠିକ ପଦକ୍ଷେପ ନେଇଥାନ୍ତେ ରାଜ୍ୟର ଏପରି ସ୍ଥିତି ଉପୁଜି ନଥାନ୍ତା।

DMF ଫଣ୍ଡ ଅଛି କିନ୍ତୁ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସଙ୍ଗୀନ। କେବଳ କିଛି ଅଞ୍ଚଳକୁ ଚମକାଇ ଦେଲେ ହେବନି। ସବୁ ଜିଲ୍ଲାର ସ୍ଥିତି ଦେଖିବାକୁ ପଡିବ ବୋଲି ସେ କହିଛନ୍ତି । ଅପରାଜିତା ପ୍ରଶ୍ନ କରିଛନ୍ତି ଯେ ରାଜ୍ୟର ଏଭଳି ସ୍ଥିତି ପାଇଁ ଦାୟୀ କିଏ । ୨୧ ବର୍ଷର ଶାସନ ଦାୟୀ ନୁହେଁ କି। ବିକାଶ ପାଇଁ ରାଜନୈତିକ ଇଚ୍ଛା ଶକ୍ତି ଦରକାର । ସରକାରୀ କର୍ମଚାରୀ କି ସରକାରୀ ସଂସ୍ଥା ଦାୟୀ ନୁହେଁ। ରାଜ୍ୟ ସରକାର, ରାଜ୍ୟ ପ୍ରଶାସନ ଓ ରାଜନୈତିକ ଦଳ ଏଭଳି ସ୍ଥିତି ପାଇଁ ଦାୟୀ । ମନରେଗା, ଆବାସ ଯୋଜନା ଭଳି ବିଭିନ୍ନ ଯୋଜନାରେ ଦୁର୍ନୀତି ଯୋଗୁଁ ଏପରି ଅବସ୍ଥା ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି NCRB ରିପୋର୍ଟ ଅନୁସାରେ ଜାତୀୟ ସ୍ତରରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା କମିଥିବା ବେଳେ ଆମ ରାଜ୍ୟରେ ବୃଦ୍ଧି ପାଇଛି। ରାଜ୍ୟ ତଳରୁ ଦିତୀୟ ସ୍ଥାନରେ ରହିଛି ନାରୀ ନିର୍ଯାତନାରେ । ମହିଳା ଅପରାଧ ଗତବର୍ଷ ୧ ଲକ୍ଷ ଜନସଂଖ୍ୟାରେ ୧୦୩.୫ କେସ ଥିବା ବେଳେ ଚଳିତବର୍ଷ ୧୧୨.୯ ହୋଇଛି । ୨୬ ପ୍ରତିଶତ ବଢିଛି। ଛତିଶଗଡ଼ ୫୦, ଝାଡ଼ଖଣ୍ଡ ୪୧, ବିହାର ୨୬ କେସ ରହିଛି । ଅନୁସୂଚିତ ଜାତି, ଜନଜାତି ମହିଳାଙ୍କୁ ସୁରକ୍ଷା ନାହିଁ। ସାଇବର କ୍ରାଇମ ୫୨୬ କେସ ହୋଇଛି ଯାହାକି ଦେଶରେ ସର୍ବାଧିକ। ଯୌତୁକ ଜନିତ ମୃତ୍ୟୁ ୩୨୦ କେସ । ଅଧିକ କେସ ପଞ୍ଜିକୃତ ଯୋଗୁଁ ମାମଲା ବଢୁଥିବା କୁହାଯାଉଥିବା ବେଳେ ଦଣ୍ଡହାର କମ ରହିଛି। ୯.୨ ପ୍ରତିଶତ ରହିଛି ଦଣ୍ଡହାର। ସରକାର ତତ୍ପରତା ପ୍ରକାଶ କରୁ ନାହାନ୍ତି। ବର୍ତ୍ତମାନ ବି ୯୬୮୩ କେସ ପେଣ୍ଡିଂ ରହିଛି ବୋଲି କହିଛନ୍ତି ଅପରାଜିତା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.