ETV Bharat / city

URBAN RESULT: ରାଜ୍ୟ ନେତୃତ୍ବଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ସାଂସଦ ଅପରାଜିତା - ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ

ବିଜେପି ପୌର ଫଳାଫଳରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ତେବେ ଦଳର ଦୁର୍ବଳତାକୁ ସ୍ବୀକାର କଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ

URBAN RESULT: ଦଳର ଦୁର୍ବଳତାକୁ ସ୍ବୀକାର କଲେ ବିଜେପି ସାଂସଦ ଅପରାଜିତା
URBAN RESULT: ରାଜ୍ୟ ନେତୃତ୍ବଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ବିଜେପି ସାଂସଦ ଅପରାଜିତା
author img

By

Published : Mar 27, 2022, 7:28 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ପୌର ଫଳାଫଳ । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିପୁଳି ବିଜୟ ହାସଲ କରିଛି ଶାସକ ଦଳ ବିଜେଡ଼ି । ବିଜେପିର ନୈରାଶ୍ୟଜନକ ପରାଜୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୌର ପରାଜୟକୁ ସ୍ବୀକାର କରିଛନ୍ତି ଅପରାଜିତା । ଭଲ ଫଳ ପାଇଁ ଦଳକୁ ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ ସୁଦୃଢ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

URBAN RESULT: ଦଳର ଦୁର୍ବଳତାକୁ ସ୍ବୀକାର କଲେ ବିଜେପି ସାଂସଦ ଅପରାଜିତା

ପୌର ଫଳାଫଳ ବିଜେପି ପାଇଁ ବହୁତ ଖରାପ ହୋଇଛି । ଦଳ ପରାଜୟକୁ ସ୍ବୀକାର କରୁଛି । ହେଲେ ନିର୍ବାଚନ ସମୟରେ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ଅପରାଜିତା ପ୍ରଶଂସା କରିଛନ୍ତି । ବିଜେପିକୁ ଜିତେଇବା ପାଇଁ ସେମାନଙ୍କ ସାମର୍ଥ୍ୟ ଓ କ୍ଷମତା ରହିଛି । କେଉଁଠି ନା କେଉଁଠି ଆମ ରାଜ୍ୟ ନେତୃତ୍ବକୁ ସୁଦୃଢ କରିବାକୁ ପଡିବ, ସଶକ୍ତ ଏବଂ ବଳଶାଳୀ କରିବାକୁ ପଡିବ ବୋଲି ସେ କହିଛନ୍ତି । ଦଳର ସମସ୍ତ କର୍ମୀଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ଅପରାଜିତା ।

ଯଦି ରାଜ୍ୟ ନେତୃତ୍ବ ସୁଦୃଢ ହୋଇଥାନ୍ତା, ତେବେ ଏଭଳି ଅବସ୍ଥା ହୋଇ ନଥାନ୍ତା । ପୌରାଞ୍ଚଳରେ ବିଜେପି ବହୁତ କମ ସିଟ ପାଇଲା । ଏଥିଲାଗି ସେ ଅନ୍ୟ ରାଜନୈତିକ ଦଳକୁ ଦୋଷ ଦେବେ ନାହିଁ ବୋଲି କହିଛନ୍ତି । ଶାସକ ଦଳ ଅର୍ଥବଳ ବାହୁବଳ ଖର୍ଚ୍ଚ କରିଛି ତଥାପି ଦଳର ଦୁର୍ବଳତାକୁ ସେ ସ୍ବୀକାର କରିଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.