ETV Bharat / city

ରାଜ୍ୟ କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ବିଜେପି ବିଧାୟକ ଦଳ - କୃଷି ସଚିବଙ୍କୁ ଦାବିପତ୍ର ପ୍ରଦାନ କଲେ ବିଜେପି ବିଧାୟକ

ବର୍ଷ ୨୦୨୧ ଖରିଫ ୠତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ୩୦ ଟି ଜିଲ୍ଲାରେ ଅନେକ ହିତାଧିକାରୀ ପାଇ ନାହାଁନ୍ତି । ଏନେଇ ରାଜ୍ୟ ବିଜେପିର ଏକ ୬ ଜଣିଆ ବିଧାୟକ ଟିମ ରାଜ୍ୟ କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ବିଜେପି  ବିଧାୟକ ଟିମ ରାଜ୍ୟ

author img

By

Published : Jul 28, 2022, 10:02 PM IST

ଭୁବନେଶ୍ବର: ବର୍ଷ ୨୦୨୧ ଖରିଫ ୠତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ୩୦ ଟି ଜିଲ୍ଲାରେ ଅନେକ ହିତାଧିକାରୀ ପାଇନାହାଁନ୍ତି । ବିଭିନ୍ନ ବୀମା କମ୍ପାନୀ ମଧ୍ୟ ଚଞ୍ଚକତା କରିଛନ୍ତି ।

ଏଭଳି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ଏକ ୬ ଜଣିଆ ବିଧାୟକ ଟିମ ରାଜ୍ୟ କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁସାରେ, ଏନେଇ ବିଧାୟକ ଟିମ ଉଦବେଗ ପ୍ରକାଶ କରିବା ସହିତ ଏଥିରେ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ରଖିଛି।

କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ବିଜେପି ବିଧାୟକ ଟିମ ରାଜ୍ୟ

ବିଶେଷ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବାବଦ ଅର୍ଥ ପ୍ରଦାନ କରିସାରିଛି । କିନ୍ତୁ ହିତାଧିକାରୀ ସୁଫଳ ପାଇବାରୁ ବଞ୍ଚିତ। ଉଭୟ ପଶ୍ଚିମ , ଉତ୍ତର ତଥା ଉପକୂଳ ଓଡିଶାର ଚାଷୀ ଏନେଇ ହତାଶରେ ଅଛନ୍ତି । ସେହିଭଳି ନବରଙ୍ଗପୁର ଜିଲ୍ଲାରେ ମକାର ଅଭାବୀ ବିକ୍ରିକୁ ନେଇ ଟିମ ମଧ୍ୟ ପ୍ରତିବାଦ କରିଛି । ତେଣୁ ଚଳିତ ମାସ ଶେଷ ସୁଧା ଏହା ସମ୍ପୂର୍ଣ୍ଣ ନହେଲେ ଏହାର ପ୍ରତିବାଦ କରାଯିବ ବୋଲି ବିଧାୟକ ମୁକେଶ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.