ETV Bharat / city

Executive Meeting; ପଞ୍ଚାୟତ ନିର୍ବାଚନରେ ଏସବୁ ପ୍ରସଙ୍ଗକୁ ମୁଦ୍ଦା କରିବ ବିଜେପି

author img

By

Published : Nov 24, 2021, 7:32 PM IST

ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣି ବୈଠକ (Odisha BJP Executive Meeting ) । ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିରୋଧୀଦଳ ମୁଖ୍ୟସଚେତକ ତଥା ବିଜେପି ବିଧାୟକ ମୋହନ ମାଝୀ । ଅଧିକ ପଢନ୍ତୁ

Odisha BJP Executive Meeting press meet by BJP Mla Mohan Majhi
Odisha BJP Executive Meeting ନେଇ ମୋହନ ମାଝୀଙ୍କ ସାମ୍ବାଦିକ ସମ୍ମୀଳନୀ

ଭୁବନେଶ୍ବର: ରାଜ୍ୟ ବିଜେପିର ଚାଲିଛି ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ । କାର୍ଯ୍ୟକାରିଣୀ ବୈଠକ ଦ୍ବିତୀୟ ଦିନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିରୋଧୀଦଳ ମୁଖ୍ୟସଚେତକ ତଥା ବିଜେପି ବିଧାୟକ ମୋହନ ମାଝୀ ( BJP MLA Mohana majhi press meet on Executive Meeting) ।

ପଞ୍ଚାୟତିରାଜ ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ ହେଉଛି । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ଦେଉଛନ୍ତି। କାର୍ଯ୍ୟକାରିଣୀରେ ଏ ପ୍ରସଙ୍ଗକୁ ଉପସ୍ଥାପନା କରାଯାଇଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ପ୍ରସଙ୍ଗକୁ ମାଧ୍ୟମ କରିବ ବିଜେପି । ମ୍ୟୁନସିପାଲିଟିରେ ହେଉଥିବା ଦୁର୍ନୀତି ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି । ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ବିଜେପି ।

ଇଲେଟ୍ରୋନିକ୍ସ ନୀତି

ଓଡ଼ିଶାରେ ନେତାମାନେ ଅନେକ କଥା କହିଥାନ୍ତି । କଂଗ୍ରେସ ହଜାର ଦିନରେ ହଜାରେ ଶିଳ୍ପ କଥା କହିଥିଲା । 89ଟି ବଡ଼ ଶିଳ୍ପ ଲାଗି MOU ସ୍ବାକ୍ଷର କରିଥିଲା ବିଜେଡି ସରକାର । କିନ୍ତୁ ସେଥିରୁ କେତେଟି ଶିଳ୍ପ ବାସ୍ତବ ରୂପ ନେଇଛି ? ଏ ସରକାର କେବଳ ଭୋଟ ବ୍ୟାଙ୍କ ହାତେଇବାକୁ ଏମିତି ମିଛ ଏମ୍ଓୟୁ କରୁଛି । କିନ୍ତୁ ବିଜେପି ଏସବୁକୁ ଆଗାମୀ ଦିନରେ ପ୍ରସଙ୍ଗ କରିବ ।

ଗ୍ୟାସ ଦରବୃଦ୍ଧି ନେଇ ବିଜେଡିର ପ୍ରତିବାଦ ପ୍ରସଙ୍ଗ

ମମିତା ମେହେର ହତ୍ୟାକାଣ୍ଡ ମାମଲାକୁ ଭିନ୍ନ ଦିଗ ଦେବା ଲାଗି ବିଜେଡି ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗ ଉଠାଉଛି । କିନ୍ତୁ ମମିତା ମେହେର ପ୍ରସଙ୍ଗ ଆଗାମୀ ବିଧାନସଭାରେ ନିଶ୍ଚୟ ଉଠିବ ।

ପୁରୀରେ ନେତାଙ୍କୁ ଅଣ୍ଡାମାଡ଼ ପ୍ରସଙ୍ଗ

ପୁରୀ ଘଟଣା ସହ ମମିତା ମେହେର ମାମଲାକୁ ଯୋଡ଼ିବାର କୌଣସି ଆବଶ୍ୟକତା ନାହିଁ । ମମିତା ମେହେର ମାମଲା ଏବେ ଲୋକଙ୍କ ସ୍ତରକୁ ଗଲାଣି । ମମିତା ମେହେର ପ୍ରସଙ୍ଗ ନେଇ ଏବେ ସାଧାରଣ ଲୋକ ବି ଅଣ୍ଡା ମାଡ଼ କରୁଛନ୍ତି ।

ଭୁବନେଶ୍ବରୁର ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.