ETV Bharat / city

‘ସରକାରଙ୍କ ଟିଆରପି କମିଯାଇଛି’ - ମୋହନ ମାଝୀ

ସରକାରଙ୍କ ଟିଆରପି କମିଯିବ ବୋଲି ଗୃହ ଚଲେଇ ଦେଉନାହାଁନ୍ତି ଶାସକ ଦଳ । ଏପରି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ...

ସରକାର
ସରକାର
author img

By

Published : Mar 16, 2021, 12:16 PM IST

ଭୁବନେଶ୍ବର: ସରକାରଙ୍କ ଟିଆରପି କମୁଛି । ତେଣୁ ସେମାନେ ଗୃହ ଚଲାଇ ଦେଉନାହାଁନ୍ତି । ଆଜି ଏପରି କହିଛନ୍ତି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ ।

ସରକାର

ଆଇନ ଶୃଙ୍ଖଳା, ଜଙ୍ଗଲ ନିଆଁ ପ୍ରସଙ୍ଗରେ ଆଲୋଚନା ହେଲେ ସରକାର ବ୍ୟାକଫୁଟକୁ ଯିବେ । ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡିଯିବ । ତେଣୁ ଜାଣି ଶୁଣି ଗୃହ ଭିତରେ ସରକାରୀ ଦଳର ବିଧାୟକ ମାନେ ହଟ୍ଟଗୋଳ କରି ବନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି ।

ଏପରିକି 4 ଦିନ ହେବ ଗୃହରେ ଅଚଳାବସ୍ଥା ଲାଗି ରହିଥିଲେ ମଧ୍ୟ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାଁନ୍ତି । ବାଚସ୍ପତିଙ୍କ ଉପରେ ମଧ୍ୟ ସରକାରୀ ଦଳ ଚାପ ପକାଉଛନ୍ତି ସର୍ବଦଳୀୟ ବୈଠକ ନ ଡାକିବାକୁ । ଆମେ ଚାହୁଁଛୁ ଗୃହ ଚାଲୁ ବୋଲି ମୋହନ କହିଛନ୍ତି ।

ବିରୋଧୀଙ୍କ କାମ ହେଉଛି ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା । ସରକାରୀ ଦଳର ଦାୟିତ୍ବ ହେଉଛି ଗୃହ ଚଳାଇବା । ତେବେ ଯୋଜନା ବଦ୍ଧ ଭାବେ ସରକାରୀ ଦଳ ଗୃହକୁ ବନ୍ଦ କରି ରଖିଛି ବୋଲି ମଧ୍ୟ ମୋହନ ମାଝୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.