ETV Bharat / city

ବିଧାନସଭାରେ ତିନି ତଲାକ ତାତି: ବିଷ୍ଣୁଙ୍କ ବୟାନରେ ହୁଲସ୍ତୁଲ ଗୃହ

author img

By

Published : Aug 1, 2019, 1:39 PM IST

Updated : Aug 1, 2019, 7:58 PM IST

ତିନ ତଲାକ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିସ୍ଫୋରକ ବୟାନ । ତଲାକ ଯୋଗୁଁ କେତେକ ମହିଳା ବେଶ୍ୟାବୃତ୍ତି କରୁଥିବା ନେଇ କହିବା ପରେ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ଗୃହରେ ହୋ ହାଲ୍ଲା କରିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର : ବିଧାନସଭାରେ ତିନି ତଲାକ ତାତି । ସଂସଦରେ ସଂଖ୍ୟାଗରିଷ୍ଠତା ସହ ଏହି ବିଲ ପାସ ହୋଇଥିଲେ ବେଳେ ବି ରାଜ୍ୟରେ ଥମୁନି ବିବାଦ । ଗୁରୁବାର ଗୃହରେ ପ୍ରଶ୍ନକାଳରେ ଏ ନେଇ ଆଲୋଚନା ଚାଲିଥିବା ସମୟରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ମୁସଲମାନ ମହିଳାଙ୍କୁ ନେଇ ଦେଇଥିଲେ ବିସ୍ଫୋରକ ବୟାନ । ବିଷ୍ଣୁଙ୍କ ଏହି ମନ୍ତବ୍ୟକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଜୋରଦାର ପ୍ରତିବାଦ କରିବା ସହ ଗୃହର ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ । ଫଳରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ବିଷ୍ଣୁ ସେଠୀ କହୁ କହୁ କହିଦେଲେ ଯେ, ମଧ୍ୟଯୁଗୀୟ ପରମ୍ପରା ଟ୍ରିପଲ ତଲାକ ଦ୍ବାରା ବହୁ ସଂଖ୍ୟାରେ ମୁସଲମାନ ମହିଳା ମୁମ୍ବାଇ ଓ କୋଲକତାର ରେଡଲାଇଟ ଏରିଆରେ ଦେହ ବ୍ୟବସାୟ କରୁଛନ୍ତି । ଏହାକୁ ନେଇ କଂଗ୍ରେସ ଓ ବିଜେଡି ବିଧାୟକମାନେ ଆପତ୍ତି ଉଠାଇଥିଲେ । କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଥମେ ତିନ ତଲାକ ଆଇନକୁ ବିଜେଡିର ସମର୍ଥନକୁ ନେଇ ପ୍ରଶ୍ନ ଉଠାଇଥିଲେ । କେବଳ ଏହି ଗୋଟିଏ ଆଇନ ନୁହେଁ, ଜିଏସଟି, ଏକକ ଟ୍ରିବୁନାଲ, ଆରଟିଆଇ ଆଇନକୁ ବିଜେଡିର ସମର୍ଥନ ପଛରେ ରହିଥିବା ରାଜନୈତିକ ଉଦ୍ଦେଶ୍ୟ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ଏକକ ଟ୍ରିବୁନାଲକୁ ସମର୍ଥନ କରାଯିବ ନାହିଁ ବୋଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବିଧାନସଭାର ମତ ବିରୋଧରେ ବିଜେଡି ସଂସଦରେ ଏହାକୁ ସମର୍ଥନ କରିଛି । କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରୁ ଲାଗୁଛି, ସେମାନେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ , ଗୋଟିଏ ଦେଶ ଗୋଟିଏ ଟିକସ ଭଳି ଖୁବଶୀଘ୍ର ଗୋଟିଏ ଦେଶ ଗୋଟେ ଧର୍ମ ଓ ଗୋଟିଏ ଦେଶ ଗୋଟିଏ ନେତୃତ୍ବ ଆଡେ ଆଗଉଛନ୍ତି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ଏବଂ ଏହାଦ୍ବାରା ଦେଶ ଧ୍ବଂସ ପାଇଯିବ ବୋଲି ସେ ଯୁକ୍ତି ବାଢିଥିଲେ ।

ତିନ ତଲାକକୁ ବିଜେଡିର ସମର୍ଥନ ଏବଂ ଦଳର ଆଭିମୁଖ୍ୟ ଉପରେ ନରସିଂହ ମିଶ୍ର ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ । ହେଲେ କହୁକହୁ କହିଦେଲେ ଯେ, ତିନି ତଲାକକୁ ବହୁ ମୁସଲିମ ସଂପ୍ରଦାୟ ବି ଗ୍ରହଣ କରୁନାହାଁନ୍ତି । ଏହାର ପ୍ରଭାବ ଆମ ସାମାଜିକ ବ୍ୟବସ୍ଥା ଉପରେ ପଡୁଛି ।

ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ମହିଳାଙ୍କ ପ୍ରତି ବିଷ୍ଣୁଙ୍କ ଏଭଳି ବିବୃତ୍ତିକୁ ନେଇ କଂଗ୍ରେସ ବିଧାୟକମାନେ ତୀବ୍ର ପ୍ରତିବାଦ କରିଥିଲେ । ଏହାକୁ ଗୃହର ବିବରଣୀରୁ ବାଦ ଦେବାକୁ ଦାବି କରିଛନ୍ତି । ବିଜେଡି ମଧ୍ୟ ଏକ ନିର୍ଦ୍ଧିଷ୍ଟ ଜାତି ପ୍ରତି ଅପ୍ରୀତିକର ମନ୍ତବ୍ୟ ଦିଆଯିବାର ପ୍ରତିବାଦ କରିଥିଲା ।

ଏପଟେ ବିଷ୍ଣ୍ଣୁ କହିଛନ୍ତି ଯେ, ‘ମୁଁ କୌଣସି ଭୁଲ ମନ୍ତବ୍ୟ ଦେଇନାହିଁ । ରିପୋର୍ଟ ଆଧାରରେ ତଥ୍ୟ ରଖିଛି । ’

ଭୁବେନଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 1, 2019, 7:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.