ETV Bharat / city

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା: ତଦନ୍ତ ତ୍ବରାନିତ ଦାବିରେ କମିଶନରେଟ ପୋଲିସକୁ ଭେଟିଲା BJP

author img

By

Published : Oct 17, 2022, 6:17 PM IST

Updated : Oct 17, 2022, 7:43 PM IST

ଅର୍ଚ୍ଚନା ନାଗ ଘଟଣାର ତଦନ୍ତ ତ୍ବରାନ୍ବିତ ଦାବିରେ କମିଶନରେଟ ପୋଲିସକୁ ଭେଟିଲା ବିଜେପି । ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ କମିଶନରେଟ ପୋଲିସକୁ ଭେଟି ତଦନ୍ତ ଶିଥିଳ ପଡ଼ିଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା: ତଦନ୍ତ ତ୍ବରାନିତ ଦାବିରେ କମିଶନରେଟ ପୋଲିସକୁ ଭେଟିଲା ବିଜେପି

ଭୁବନେଶ୍ବର: ଅର୍ଚ୍ଚନା ନାଗ ଘଟଣାକୁ ନେଇ ତେଜୁଛି ରାଜନୀତି । ତଦନ୍ତ ତ୍ବରାନିତ କରିବା ଦାବିରେ କମିଶନରେଟ ପୋଲିସକୁ ଭେଟିଲା ବିଜେପି । ଏହି ଘଟଣାରେ ପାୱାର କରିଡର ସମ୍ପୃକ୍ତି ଥିବାରୁ ତଦନ୍ତ ଶିଥିଳ ପଡ଼ିଥିବା ଅଭିଯୋଗ କରିଛି ଦଳ । ସେହିପରି ଏଥର ଦୀପାବଳୀରେ ରାଜ୍ୟ ସରକାରଙ୍କର ୨୨ ବର୍ଷର ଅହଂକାର ଭାଙ୍ଗିବା ଦରକାର ବୋଲି କହିଛନ୍ତି, ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂ ।

ଅର୍ଚ୍ଚନା ନାଗ ହନିଟ୍ରାପ(Archana Nag Scandal) ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହି ଲେଡି ବ୍ଲାକମେଲର ସହ ପାୱାର କରିଡରର ଲିଙ୍କ୍‌ ଥିବା ଅଭିଯୋଗ ହେଉଥିବାବେଳେ, ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କିଭଳି ବଡ଼ ବଡ଼ ନେତା ଓ ବିତ୍ତଶାଳି ଅର୍ଚ୍ଚନା ନାଗ ଫାଶରେ ପଡ଼ୁଥିଲେ ତାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ସପଟେ ଏହି ମାମଲାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି(BJP reaction on Archana Nag investigation) । ଅର୍ଚ୍ଚନା ସ୍କାଣ୍ଡାଲ୍‌ର ତଦନ୍ତ ତ୍ବରାନ୍ବିତ ଦାବି କରି ଆଜି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ କମିଶନରେଟ ପୋଲିସକୁ ଭେଟିଛି ବିଜେପି ।

ଏହି ଅବସରରେ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଶାସକ ଦଳର ଅନେକ ମନ୍ତ୍ରୀ ଓ ବିଧାୟକ ଏହି ମାମଲାରେ ଜଡ଼ିତ ଅଛନ୍ତି । ଅର୍ଚ୍ଚନା ରଙ୍ଗଶାଳାର ଏହି ରଙ୍ଗୀନ ବଡ଼ପଣ୍ଡା ମାନଙ୍କୁ ରାଜ୍ୟବାସୀ ଚିହ୍ନିବା ଦରକାର । ସରକାରୀ ଦଳର ଏହି ମାମଲାରେ ଜଡ଼ିତ ଥିବା ନେତା ଓ ମନ୍ତ୍ରୀଙ୍କ ତଥ୍ୟ ଶୀଘ୍ର ଓଡ଼ିଶାବାସୀଙ୍କ ସମ୍ମୁଖକୁ ଅଣାଯାଉ ।" ତେବେ ପୋଲିସ ଏହି ଘଟଣାର ତଦନ୍ତ ପାଇଁ ଅକ୍ଷମ ବୋଲି ଅଭିଯୋଗ କରିବା ସହିତ ଶାସକ ଦଳ ତାର ମନ୍ତ୍ରୀ ଓ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଏହାର ମୁଖପାତ୍ରଙ୍କୁ ତଦନ୍ତ ଦେବାକୁ ଚାହୁଁଛି ବୋଲି କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ।

ସେହିଭଳି ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂ କହିଛନ୍ତି, "ସର୍ବଦଳ ସମ୍ମତି ଅନୁସାରେ ତଦନ୍ତ ହେବା ଦରକାର । ଅର୍ଚ୍ଚନା ଲିଙ୍କରେ ଥିବା ନେତା, ମନ୍ତ୍ରୀ, ଓ ଅଫିସରଙ୍କ ମୁଖା ଖୋଲିବା ଦରକାର । ଅର୍ଚ୍ଚନାକୁ ରିମାଣ୍ଡରେ ନିଆଯାଉ । ଇଓଡବ୍ଲୁ ଅର୍ଥନୈତିକ କାରବାରର ଖୁଲାସା ହେବାର ମଧ୍ୟ ଆବଶ୍ୟକତା ଅଛି ।" ତେବେ ଏଥର ଦୀପାବଳୀରେ ସତ୍ୟର ଜୟ ହେବା ଦରକାର ଏବଂ ରାଜ୍ୟ ସରକାରଙ୍କ ଗର୍ବ ଓ ଅହଂକାର ଭାଙ୍ଗିଯିବା ଦରକାର ବୋଲି କହିଛନ୍ତି ବାବୁ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 17, 2022, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.