ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ସରକାରୀ ସ୍କୁଲ ବ୍ୟବହାର ଅଭିଯୋଗ, ସିଇଓଙ୍କୁ ଫେରାଦ ହେଲା ବିଜେପି - ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ତାହା ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ....

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ସରକାରୀ ସ୍କୁଲ ବ୍ୟବହାର ଅଭିଯୋଗ  , ସିଇଓଙ୍କୁ ଫେରାଦ ହେଲା ବିଜେପି
ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ସରକାରୀ ସ୍କୁଲ ବ୍ୟବହାର ଅଭିଯୋଗ , ସିଇଓଙ୍କୁ ଫେରାଦ ହେଲା ବିଜେପିମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ସରକାରୀ ସ୍କୁଲ ବ୍ୟବହାର ଅଭିଯୋଗ , ସିଇଓଙ୍କୁ ଫେରାଦ ହେଲା ବିଜେପି
author img

By

Published : Apr 8, 2021, 8:59 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗିଛି । ଯେଉଁ ଅଞ୍ଚଳରେ ଆଚରଣ ବିଧି ଲାଗୁ ହୋଇଥାଏ, ସେ ଅଞ୍ଚଳର ସରକାରୀ କାର୍ଯ୍ୟାଳୟ ଓ କଳ ବ୍ୟବହାର କରିପାରିବେ ନାହିଁ କୌଣସି ରାଜନୈତିକ ଦଳ । ତେବେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ସରକାରୀ ସ୍କୁଲ ବ୍ୟବହାର କରିବାକୁ ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି । ଯାହା ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରିବାକୁ ଯାଉଛି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ସରକାରୀ ସ୍କୁଲ ବ୍ୟବହାର ଅଭିଯୋଗ , ସିଇଓଙ୍କୁ ଫେରାଦ ହେଲା ବିଜେପି

ବିଜେଡ଼ି ସୁପ୍ରିମୋ ଭର୍ଚୁଆଲ ରାଲିରେ ସରକାରୀ ସ୍କୁଲର ବ୍ୟବହାର ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ମୁଖପାତ୍ର ସୋନାଲି ସାହୁ, ବରିଷ୍ଠ ନେତା ସଜନ ଶର୍ମା ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟବହାର ହେବାକୁ ଥିବା ସ୍କୁଲର ଫଟୋ ଓ ଅନ୍ୟାନ୍ୟ ତଥ୍ୟ ସିଇଓଙ୍କୁ ପ୍ରଦାନ କରିଛି ବିଜେପି । ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିବାର ଅଧିକାର କାହାର ନାହିଁ । ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପେଣ୍ଡାଲ ହୋଇଛି ତାହା ପିପିଲି ବାଲିଆବିଲ ୟୁପି ସ୍କୁଲ । ଏପରି କରିବା ନିମନ୍ତେ ବିଜେଡିକୁ କିପରି ଅନୁମତି ମିଳିଲା ପ୍ରଶ୍ନ କରିଛନ୍ତି ବିଜେପି ନେତା ମନମୋହନ ସାମଲ। କାର୍ଯ୍ୟକ୍ରମ ବନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଦଳ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.