ETV Bharat / city

ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ, ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେପି - bjp mla meet ceo

ପିପିଲି ଉପନିର୍ବାଚନରେ ପୋଲିସ ସରକାରୀ ଦଳର ହାତ ବାରିସି ସାଜିଥିବା ଅଭିଯୋଗରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି ବିଧାୟକ ଦଳ । ଅଧିକ ପଢନ୍ତୁ...

ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ , ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେପି

author img

By

Published : Apr 11, 2021, 5:23 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ତାରିଖ ଯେତିକି ପାଖଉଛି, ନିର୍ବାଚନୀ ଉଷ୍ମତା ମଧ୍ୟ ସେତିକି ବଢିବାରେ ଲାଗିଛି । ଅନୁରୂପ ଭାବେ ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ତେବେ ଏନେଇ ଅଭିଯୋଗ ହେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପିପିଲି ପୋଲିସ । ଏପରି କିଛି ଅଭିଯୋଗ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ବିଧାୟକ ଦଳ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ରେଙ୍ଗାଲି ବିଧାୟକ ନାଉରି ନାୟକ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପ୍ରମୁଖଙ୍କୁ ନେଇ ଏକ ଗଠିତ ଏକ ବିଜେପି ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଅଭିଯୋଗ କରିଛି ।

ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ , ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେପି

ପିପିଲି ଉପ ନିର୍ବାଚନ ପ୍ରଚାରବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ବିଜେପି କାର୍ଯ୍ୟକର୍ତ୍ତା ସରୋଜ ସେଠୀ ଓ ରଶ୍ମିରେଖା ଦାସଙ୍କୁ ବିଜେଡି କର୍ମୀ ଅଶାଳୀନ ବ୍ୟବହାର ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ ପିପିଲି ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେଇ ସରକାରଙ୍କ ହାତବାରିସି ସାଜିଥିବା ଅଭିଯୋଗ କରିଛି ବିଜେପି ।

ବିଜେପି କହିଛି ପୂର୍ବରୁ ଜଣେ ସରକାରୀ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିଲୁ । ସେ ସୋସିଆଲ ମିଡିଆରେ ସରକାରୀ ଦଳର ପ୍ରଚାର କରୁଥିଲେ । କିନ୍ତୁ ଆମ ଅଭିଯୋଗ ପରେ ପୂର୍ବ ସମୟ ପକାଇ ନିଜ ମୋବାଇଲ ଫୋନ ହଜିଯାଇଥିବା ଅଭିଯୋଗ କରିଥିଲେ ସମ୍ପୃକ୍ତ ଡାକ୍ତର । ଆମେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଚାହୁଁଛୁ । ନହେଲେ ସିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ବିଜେପି ବିଧାୟକ ଦଳ ନେତା ଚେତାବନୀ ମଧ୍ୟ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.