ETV Bharat / city

'ସିବିଆଇ ତଦନ୍ତ ପାଇଁ ହାତକାଟି ଲେଖନ୍ତୁ ରାଜ୍ୟ ସରକାର'

author img

By

Published : Nov 5, 2019, 6:21 PM IST

ଯାଜପୁର VLW ସ୍ମିତାରାଣୀ ମୃତ୍ୟୁ ରହସ୍ୟ ନେଇ ବଢୁଛି ଆନ୍ଦୋଳନ । ଆଜି ଭୁବନେଶ୍ବର ଏଡିଏମ ଅଫିସ ଘେରାଉ କରିଥିଲା ବିଜେପି ମହିଳା ମୋର୍ଚ୍ଚା। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଯାଜପୁର VLW ସ୍ମିତାରାଣୀ ମୃତ୍ୟୁ ରହସ୍ୟ ନେଇ ବଢୁଛି ଆନ୍ଦୋଳନ । ଏନେଇ ରାଜ୍ୟବ୍ୟାପୀ ଜିଲ୍ଲାପାଳ ଅଫିସ ଘେରାଉ କରିଛି ବିଜେପି । ମଙ୍ଗଳବାର ଭୁବନେଶ୍ବର ଏଡିଏମ ଅଫିସ ଘେରାଉ କରିଥିଲା ବିଜେପି ମହିଳା ମୋର୍ଚ୍ଚା ।

ସିବିଆଇ ତଦନ୍ତ ଦାବି କରି ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି ଜଣାଇଛନ୍ତି ବିଜେପି ମହିଳା ମୋର୍ଚ୍ଚା । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଦଳ।

ଘଟଣାକୁ ନେଇ ମହିଳା କମିଶନ ଓ ଯାଜପୁର ଏସପି ଯେଉଁଭଳି ବୟାନ ଦେଇଛନ୍ତି ତାକୁ ବିରୋଧ କରିଛି ବିଜେପି । ଏନେଇ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ଏନେଇ ସେ କହିଛନ୍ତି ଯେ, ଶାସକ ବିଜେଡି ଏ ଘଟଣାକୁ ଘଣ୍ଟ ଘୋଡାଉଛି। ଏହି ସନ୍ଦେହ ଜନକ ମୃତ୍ୟୁ ପଛରେ ଆହୁରି ୪ଜଣଙ୍କ ସମ୍ପୃକ୍ତି ରହିଛି। ତୁରନ୍ତ ଏହାର ଖୁଲାସା ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ସ୍ମିତାରାଣି ଘଟଣାକୁ ନେଇ ତେଜୁଛି ଆନ୍ଦୋଳନBody:

ସ୍ମିତାରାଣି ମୃତ୍ଯ ରହସ୍ଯ ନେଇ ବଢୁଛି ଆନ୍ଦୋଳନ।ଏନେଇ ରାଜ୍ଯବାପି ଜିଲ୍ଲାପାଳ ଘେରାଉ କରିଛି ବିଜେପି।ଯାହାକୁ ନେଇ ଭୁବନେଶ୍ବର ଏଡିଏମ କାର୍ଯାଳୟ ଘେରାଉ କରିଛି ବିଜେପି ମହିଳା ମୋର୍ଚା।ସିବିଆଇ ତଦନ୍ତ ଦାବି କରି ଘଟଣାର ଫର୍ଧାଫାସ କରିବାକୁ ଦାବି ଜଣାଇଛନ୍ତି।ନଚେତ ଆଗାମି ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି କଡା ଚେତାବନି ଦେଇଛନ୍ତି।ଘଟଣାକୁ ନେଇ ଯେଭଳି ମହିଳା କମିଶନ ଓ ଯାଜପୁର ଏସପିଙ୍କ ବୟାନକୁ ନେଇ ବିଜେପି କଡା ବିରୋଧ କରିଛି। ଏନେଇ ସରକାରଙ୍କ ଆଡକୁ କଡା ଟାର୍ଗେଟ କରିଛନ୍ତି ମହିଳା ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିହାର କହିଛନ୍ତି ବିଜେଡି ଘଟଣାକୁ ଘଣ୍ଟ ଘୋଡାଉଛି। ଏନେଇ ମୃତ୍ଯ ପଛରେ ଆହୁରି ୪ଜଣଙ୍କ ସମ୍ୃକ୍ତି ରହିଛି ତୁରନ୍ତ ଏହାର ଖୁଲାସା ପାଇଁ ସିବିଆଇ ତଦନ୍ତ ଦାବି କରି ଏଡିଏମ କାର୍ଯାଳୟ ସମୁଖରେ ଶତାଧିକ ମହିଳା ବିଜେପି କର୍ମି ଯୋଗଦେଇ ହୋ ହଲ୍ଲା କରିଛନ୍ତି।

ସରକାର ୫ଟି ଜରିଆରେ ଟେରୋରାଇଜ କରୁଛନ୍ତି:ଲେଖାଶ୍ରୀ

Conclusion:ଲେଖାଶ୍ରୀ ସାମନ୍ତସିହାଂର,ମହିଳା ସଭାନେତ୍ରୀ ବିଜେପି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.