ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭଯାତ୍ରାରେ ଆସି ଲୋୟର ପିଏମଜିରେ ଏକ ସଭାର ଆୟୋଜନ କରାଯାଇଥିଲା ।
ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ମହିଳା ଅସୁରକ୍ଷିତ ଓ ଅସମ୍ମାନିତ । ପ୍ରତ୍ୟେକ ଦିନ ରାଜ୍ୟରେ ଦୁଷ୍କର୍ମ, ଅପରାଧ ଓ ପିଲା ଚୋରି ହେଉଛି ।
ଏହାସହ ୫‘ଟି’ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲୁ। ତାହାର ଉତ୍ତର ମିଳିବା ଦରକାର। ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ । ଶିଶୁ ମାନେ ଆକ୍ରୋଶର ଶିକାର ହେଉଛନ୍ତି।
ଦିନ ଦ୍ବିପ୍ରହରରେ ମହିଳା ମାନେ ଦୁର୍ବୃର୍ତ୍ତଙ୍କ ଶିକାର ହେଉଛନ୍ତି। ଏସବୁର ସ୍ଥାୟୀ ସମାଧାନ ଦରକାର। ଏସବୁ ନକରି ୧୪୭ ବିଧାନସଭା କ୍ଷେତ୍ରରେ ମହିଳା ସମାବେଶ କେତେ ଜରୁରୀ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ