ଭୁବନେଶ୍ବର: ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ ନିଯୁକ୍ତ ହେଲେ ବିଜେପି ନେତା ସୁଦୀପ୍ତ ରାୟ। ସେ ପ୍ରଥମ ଓଡ଼ିଆ ଭାବେ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ।
ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତର ବିକାଶ ପାଇଁ ଓଡ଼ିଶାକୁ ପ୍ରାଧାନ୍ୟ ଅବସରରେ ଆଜି ସୁଦୀପ୍ତ ରାୟଙ୍କୁ ଇଣ୍ଡିଆନ ଅଏଲ କମ୍ପାନୀର ନିର୍ଦ୍ଦେଶକ ରୂପେ ଦାୟିତ୍ଵ ଦେଇଛନ୍ତି । ସୁଦୀପ୍ତ ରାୟ ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ଅଧିନରେ ଦୁଇ ଦୁଇ ଥର ଅଧ୍ୟକ୍ଷ ଭାବେ ସୁଚାରୁରୂପେ କାର୍ଯ୍ୟ ଭାର ତୁଲାଇଥିଲେ। ତାଙ୍କ ଅଧ୍ୟକ୍ଷତା ସମୟରେ ଚାଷୀ ମାନଙ୍କ ଠୁ ଧାନ କିଣା ହେବା ଓ ରାଜ୍ୟରେ ଦୁଇ ଟଙ୍କିଆ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ସେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ କାର୍ଯ୍ୟ ସହ ରାଜ୍ୟ ବିଜେପିର ବିଭିନ୍ନ ପଦ ପଦବୀ ବିଭିନ୍ନ ସଂଗଠନ ଦାୟିତ୍ଵରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ରାଜ୍ୟ ବିଜେପିର ମୁଖପାତ୍ର ରୂପେ ଅବସ୍ଥାପିତ ଅଛନ୍ତି। ସେ ଜଟଣୀ ବିଧାନସଭା ବିଜେପିର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ। ଏହି ଅବସରରେ ସୁଦୀପ୍ତ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଖରେ କୃତଜ୍ଞତା ଜଣାଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ