ETV Bharat / city

କଂଗ୍ରେସର ଭାରତ ଯୋଡ଼ ଯାତ୍ରା, କଟାକ୍ଷ କଲେ ପୃଥ୍ବୀରାଜ - ଭାରତ ଯୋଡ଼ ଯାତ୍ରାକୁ ବିଜେପିର କଟାକ୍ଷ

ଲଗାତାର ପ୍ରେସ୍‌ମିଟ୍‌ କରି କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ(Prithviraj Harichandan criticized congress) । ତା ସହିତ କଂଗ୍ରେସର ଭାରତ ଯୋଡ଼ ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି । ସଙ୍ଗୀନ ଅଭିଯୋଗ ପରେ ଏହାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

BJP leader Prithviraj Harichandan criticized congress Bharat Jodo Yatra
କଂଗ୍ରେସର ଭାରତ ଯୋଡ଼ ଯାତ୍ରା, କଟାକ୍ଷ କଲେ ପୃଥ୍ବୀରାଜ
author img

By

Published : Sep 18, 2022, 7:47 PM IST

ଭୁବନେଶ୍ବର: କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଅଭିଯାନ ନେଇ ଓଡ଼ିଶା ଆସିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ଓ ଦିଗବିଜୟ ସିଂହ । ଏହି ଅବସରରେ ଉଭୟ ଲଗାତାର ପ୍ରେସ୍‌ମିଟ୍‌ କରି କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ତା ସହିତ ରାଜ୍ୟରେ ବିଜେଡି ଓ ବିଜେପି ମିଳିତ ସରକାର ଚାଲିଥିବା ନେଇ ଅଭିଯୋଗ କରିଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ପରେ ଏହାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ(Prithviraj Harichandan criticized congress) ।

କଂଗ୍ରେସର ଭାରତ ଯୋଡ଼ ଯାତ୍ରା, କଟାକ୍ଷ କଲେ ପୃଥ୍ବୀରାଜ

ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଦିଗବିଜୟ ସିଂହ ଓ ଜୟରାମ ରମେଶ ଉଭୟ ବରିଷ୍ଠ ନେତା । ଏମାନେ ପ୍ରଥମେ କଂଗ୍ରେସକୁ ଯୋଡ଼ିବା ଆରମ୍ଭ କରନ୍ତୁ । କଂଗ୍ରେସକୁ କିଭଳି ଯୋଡ଼ିବେ ଓ ତାହା ପାଇଁ ଫେବିକଲ୍‌ ଅଠା କେଉଁଠି ମିଳିବ ତାହା ଚିନ୍ତା କରନ୍ତୁ । ଭାରତକୁ କିଭଳି ଯୋଡ଼ାଯିବ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା କରୁଛନ୍ତି । ଏଥିପାଇଁ କଂଗ୍ରେସର ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।"

ଏହା ବି ପଢ଼ନ୍ତୁ Bharat Jodo Yatra: BJP ଓ ମୋଦିଙ୍କୁ ଟାର୍ଗେଟ୍‌ କଲେ ଜୟରାମ ରମେଶ

ଏହାପୂର୍ବରୁ ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, "ବିଜେପି ଯୋଗୁଁ ଭାରତ ବିଭାଜିତ ହେବାରେ ଲାଗିଛି । ଜାତି, ଧର୍ମ, ପ୍ରାନ୍ତ ନାମରେ ଲୋକଙ୍କୁ ବଣ୍ଟା ଯାଉଛି । ଘୋଷଣା ହୋଇନଥିଲେ ମଧ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ରାଜନୀତି ଅଧିକାରକୁ ହାତକୁ ନେଇଛନ୍ତି ପ୍ରଧାନମନ୍ତ୍ରୀ । କ୍ଷମତା କେନ୍ଦ୍ରିକରଣ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଦେଶରେ ଭାରତକୁ ଯୋଡ଼ିବାର ସମୟ ଆସିଛି । ରାଜ୍ୟରେ ବିଜେଡି ବିଜେପି ମିଳିତ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ମୁଖ୍ୟମନ୍ତ୍ରୀ ତାହା କହୁଛନ୍ତି । ଓଡ଼ିଶାରେ ଭାରତଯୋଡ଼ ଯାତ୍ରାର ଟାର୍ଗେଟରେ ଉଭୟ ବିଜେପି ଓ ବିଜେଡି ରହିବେ । ରାଷ୍ଟ୍ରିୟ ସ୍ତରରେ ଭାରତ ଯୋଡ଼ ଯାତ୍ରା କେବେଳ ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ଟାର୍ଗେଟ୍‌ କରୁଛି ।"

ସେପ୍ଟେମ୍ବର ୭ ତାରିଖରରେ କନ୍ୟାକୁମାରୀରୁ କଂଗ୍ରେସ ଭାରତଯୋଡ଼ ଅଭିଯାନ ଆରମ୍ଭ କରିଛି । ତାମିଲନାଡ଼ୁରେ ଅଭିଯାନ ଶେଷ କରିବା ପରେ କଂଗ୍ରେସର ଏହି ଯାତ୍ରା ବର୍ତ୍ତମାନ କେରଳରେ ପହଞ୍ଚିଛି । ମୋଟ ୧୦ଟି ରାଜ୍ୟ ଦେଇ କଂଗ୍ରେସର ଏହି ପଦଯାତ୍ରା ଅଭିଯାନ ଯିବ । ଏହାଛଡ଼ା ଯେଉଁସବୁ ସ୍ଥାନରେ ଭାରତ ଯୋଡ଼ ଯାତ୍ରା ପହଞ୍ଚି ପାରିନି ସେଠାରେ ମଧ୍ୟ ଅଭିଯାନ ଆରମ୍ଭ ହେବା ନେଇ ଜୟରାମ ରମେଶ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.