ETV Bharat / city

‘ହାଇଦର ଫେରାର ପଛରେ ବଡଧରଣର ଷଡଯନ୍ତ୍ର’

author img

By

Published : Apr 14, 2021, 2:11 PM IST

ହାଇଦର ଫେରାର ପ୍ରସଙ୍ଗକୁ ନେଇ ସରକାର ଓ ପୋଲିସ ପ୍ରଶାସନ ଉପରେ ବର୍ଷିଲେ ପୂର୍ବତନ ପୋଲିସ ଡ଼ିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର । ହାଇଦର ଫେରାର ହୋଇଯିବା ରାଜ୍ୟରେ ଆଇନଶୃଙ୍ଖଳା ଅବନତିର ବଡ଼ ଉଦାହରଣ । କିଡିନ ସମସ୍ୟା ଥିଲା ସେ କଟକ ମେଡ଼ିକାଲରେ ରହି କେମିତି ବିରିଆନୀ ଖାଉଥିଲା ବୋଲି ପ୍ରକାଶ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

BJP Leader Prakash Mishra pressmeet on Gangstar Hyder escape case
ହାଇଦର ଫେରାର ଘଟଣାରେ ରହିଛି ବଡଧରଣର ଷଡଯନ୍ତ୍ର

ଭୁବନେଶ୍ବର: ହାଇଦର ଫେରାର ପ୍ରସଙ୍ଗକୁ ନେଇ ସରକାର ଓ ପୋଲିସ ପ୍ରଶାସନ ଉପରେ ବର୍ଷିଲେ ପୂର୍ବତନ ପୋଲିସ ଡ଼ିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର । ହାଇଦର ଫେରାର ହୋଇଯିବା ରାଜ୍ୟରେ ଆଇନଶୃଙ୍ଖଳା ଅବନତିର ବଡ଼ ଉଦାହରଣ । ଜଣେ ଏଭଳି ଅପରାଧୀକୁ କାହିଁକି ବାରମ୍ବାର ସମ୍ବଲପୁରରୁ କଟକ ଅଣାଯାଉଥିଲା ତାହାର ସ୍ପଷ୍ଟୀ କରଣ ରଖାଯାଉ ବୋଲି ପ୍ରଶ୍ନ କରିଛନ୍ତି।

ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ସରକାରଙ୍କ ଗୃହ ବିଭାଗ ପ୍ରତି ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ପୂର୍ବରୁ ହାଇଦରକୁ 3 ଥର କଟକ ଅଣାଯାଇଛି । ସେ କଟକ ଆସି ପ୍ରକୃତରେ ଚିକିତ୍ସିତ ହେଉଥିଲେ କି ଶୋଇଥିଲେ ତାହାର ସ୍ପଷ୍ଟୀକରଣ ଦିଆଯିବା ଦରକାର । କଟକ ବଡ଼ ମେଡ଼ିକାଲରେ ଜଣେ ସାଧାରଣ ଲୋକକୁ ବେଡ଼ ମିଳୁନଥିବା ବେଳେ ହାଇଦରକୁ କେମିତି କ୍ୟାବିନ ମିଳିଲା ବୋଲି ପ୍ରକାଶ ପ୍ରଶ୍ନ କରିଛନ୍ତି । ରାଜ୍ୟର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତି ସରକାର କାହିଁକି ଏତେ ସମ୍ବେଦନଶୀଳ ବୋଲି ପ୍ରକାଶ କହିଛନ୍ତି । ଯାହାର କିଡିନ ସମସ୍ୟା ଥିଲା ସେ କଟକ ମେଡ଼ିକାଲରେ ରହି କେମିତି ବିରିଆନୀ ଖାଉଥିଲା ବୋଲି ପ୍ରକାଶ ପ୍ରଶ୍ନ କରିଛନ୍ତି । ଜେଲ, ପୋଲିସ ଓ ମେଡ଼ିକାଲର ସହଯୋଗ ଅଭାବରେ ଏତେ ବଡ଼ ଘଟଣା ହେବନାହିଁ । ଆଉ କେଉଁ ବଡ଼ ଲୋକର ହାତ ନଥିଲେ ତିନି ବିଭାଗର ସମନ୍ୱୟ ହୋଇ ପାରିବ ନାହିଁ । ହାଇଦରକୁ ଖସାଇବା ଲାଗି ତିନି ବିଭାଗକୁ ସମନ୍ୱୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ଲୋକ କିଏ ? ଏଥିରୁ ସ୍ପଷ୍ଟ ହେଉଛି ଏହି ଘଟଣାରେ ବଡ଼ଧରଣର ଷଡ଼ଯନ୍ତ୍ର ହୋଇଛି । ଯେଉଁ ଲୋକଙ୍କୁ ତା ସୁରକ୍ଷା ଦାୟିତ୍ୱରେ ପଠାଇ ଥିଲେ ବା ଯେଉଁ ଗାଇଡଲାଇନକୁ ଅନୁପାଳନ କରାଯିବା କଥା ତାହା ହୋଇନାହିଁ ।

କଟକରେ ପୋଲିସ ବିଭାଗର ସମସ୍ତ ବଡ଼ ବଡ଼ କାର୍ଯ୍ୟାଳୟ ରହିଛି । ବଡ଼ ବଡ଼ ଅଧିକାରୀ ବି ରହୁଛନ୍ତି । ତା ସତ୍ତ୍ବେ ଏତେ କମ ସମୟ ଭିତରେ ହାଇଦର କେମିତି ବାହାରକୁ ଚମ୍ପଟ ମାରିଲା । ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଘଟଣା ମାତ୍ର ମୁଖ୍ୟମନ୍ତ୍ରୀ ଥରୁଟିଏ ସମୀକ୍ଷା କଲେ ନାହିଁ । ହାଇଦରକୁ ଖସାଇ ଦେବା ପାଇଁ ଯିଏ ଯୋଜନା କରିଛି ସେମାନେ ତାକୁ ଧରିବେ କେମିତି ବୋଲି ପ୍ରକାଶ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.