ETV Bharat / city

Brajarajnagar Bypoll: ପ୍ରଦୀପ ପୁରୋହିତଙ୍କ ପୂର୍ବାନୁମାନ, ବିଜୟୀ ହେବ BJP

author img

By

Published : May 10, 2022, 7:37 AM IST

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀନୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ଏହି ନିର୍ବାଚନ ମଣ୍ଡଳୀର ବିଧାୟିକା ଥିଲେ । ଫଳରେ ବିଜୟ ନେଇ ଆଶାବାଦୀ BJP । ଅଧିକ ପଢନ୍ତୁ

BJP leader Pradeep Purohit optimistic of BJP win at upcocming Brajarajnagar by election
ରାଧାରାଣୀ ପଣ୍ଡା ବିଜୟୀ ହେବେ: ପ୍ରଦୀପ ପୁରୋହିତ

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନକୁ ନେଇ ବିଜେଡିର ଆକଳନ ଉପରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ(Pradeep Purohit) ପ୍ରତିକ୍ରିୟା । ପ୍ରଦୀପ ପୁରୋହିତ କହିଛନ୍ତି ବ୍ରଜରାଜନଗରର ଉପ-ନିର୍ବାଚନ(Brajarajnagar Byelection) ପାଇଁ BJP ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ବ୍ରଜରାଜନଗରର ବିଧାୟିକା ଥିଲେ । ଏହାସହ ବିଭିନ୍ନ ଶ୍ରମିକ ସଂଗଠନ ସହ ଯୋଡି ହୋଇ ରହିଛନ୍ତି ।

ପ୍ରଦୀପ କହିଛନ୍ତି, "ବିଜେପି ରାଧାରାଣୀଙ୍କ ନାମରେ ମୋହର ମାରିଛି କାରଣ ସବୁ କ୍ଷେତ୍ରରୁ ସେ ଯୋଗ୍ୟ ପ୍ରାର୍ଥିନୀ । ବିଜେଡି ପକ୍ଷରୁ କୁହାଯାଇଛି 50 ହଜାରରୁ ଉର୍ଦ୍ଧ୍ବ ଭୋଟରେ ସେମାନେ ଜିତିବେ । ସେମାନେ ପ୍ରଥମେ ଜାଣିବା ଦରକାର ଏହା ପଞ୍ଚାୟତ, ପୌର ନିର୍ବାଚନ ନୁହେଁ ଯେଉଁଥିରେ ବିଜୁ ଜନତା ଦଳ ପଇସା ଦେଇ ଭୋଟ କିଣି ପାରିବ । ବିଜୁ ଜନତା ଦଳ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ଦଳ ଟିକେଟ ଦେଇଛି । ଦଳ ଆଶା ରଖିଛି ସିମ୍ପାଥି ଭୋଟ ହାସଲ କରିବ । କିନ୍ତୁ ଏଥର ବ୍ରଜରାଜନଗରର ବାସିନ୍ଦା ସଚେତନ ଅଛନ୍ତି । ଉଚିତ୍‌ ପ୍ରାର୍ଥୀଙ୍କୁ ଭୋଟ ଦେବେ ।"

ବରଗଡ ସଂସଦୀୟ ଅଞ୍ଚଳରେ ଏବେ ସୁରେଶ ପୂଜାରୀ ଅଛନ୍ତି ସେହି ଅଞ୍ଚରରେ ବ୍ରଜରାଜନଗର ଯାଉଥିବାରୁ ଏହା BJP ଜିତିବା ପାଇଁ ଗୋଟେ ଭଲ ସୁଯୋଗ ରହିବ । ସାଂସଦ ମଧ୍ୟ ତୃଣମୂଳ ସ୍ତରରେ ବିଭିନ୍ନ ସ୍ଥାନ ଗସ୍ତ କରିବା ଆରମ୍ଭ କରି ସାରିଲେଣି । କେବଳ ସାଂସଦ ନୁହେଁ ତାଙ୍କ ସହ ବିଜେପିର ଅନ୍ୟ ନେତା ମାନେ ମଧ୍ୟ ସେଠାରେ ଡେରା ପକେଇଲେଣି । ଏଥର ବ୍ରଜରାଜନଗର ଭୋଟର ବିଜେପିକୁ ବିପୁଳ ପରିମାଣରେ ଭୋଟ ଦେଇ ବିଜେପି ପ୍ରାର୍ଥୀନୀ ରାଧାରାଣୀଙ୍କୁ ବିଜୟର ମୁକୁଟ ପିନ୍ଧାଇବେ ବୋଲି ପ୍ରଦୀପ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.