ETV Bharat / city

ଅମରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ

author img

By

Published : Jun 6, 2021, 11:58 AM IST

Updated : Jun 6, 2021, 1:18 PM IST

କୋଭାକ୍ସିନକୁ ନେଇ ବିଜେଡି ସାଂସଦଙ୍କ ମନ୍ତବ୍ୟ ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲେଖାଶ୍ରୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଅମରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ
ଅମରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ

ଭୁବନେଶ୍ବର: ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ କୋଭାକ୍ସିନକୁ ନେଇ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ, ଜନବିରୋଧୀ, ମିଥ୍ୟା, ବିଭ୍ରାନ୍ତିକର । ଲୋକଙ୍କୁ ଟିକା ନ ନେବା ତଥା ଭୟ ସୃଷ୍ଟି କରିବା ପାଇଁ ଏହି ମନ୍ତବ୍ୟ ଦେଇଛନ୍ତି ସାଂସଦ । ଏଣୁ ଅମରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।

ଟିକା ନେଇ ବିଦେଶ ଯିବା ସର୍ତ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ରଖି ନ ଥିବା ବେଳେ ସାଂସଦ ଏଭଳି ପ୍ରସଙ୍ଗ କାହିଁ ଉଠାଇଲେ ବୋଲି ପ୍ରଶ୍ନ କଲେ ଲେଖାଶ୍ରୀ । ବିଶ୍ବରେ ସମସ୍ତ ଟିକା ନେଇ ନାହାନ୍ତି । ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାର ବିଫଳତାକୁ ଲୁଚାଇବାକୁ ଯାଇ ଏହି କଥା କହିଛନ୍ତି । ନିଜେ ପଟ୍ଟନାୟକ ବାବୁ ଦୁଇ ଦୁଇଟା ଡୋଜ ନେଇଥିବେ, ନିଜେ ସୁରକ୍ଷିତ ରହି ଅନ୍ୟକୁ ଡରାଉଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ: ପରାଜିତାଙ୍କ ମନ୍ତବ୍ୟ ପରେ ଜବାବ ରଖିଲା ବିଜେଡି, SDG ରିପୋର୍ଟକୁ ନେଇ ରାଜନୀତି ନହେଉ

ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ମୁଖିଆ ଦଳରୁ ବହିଷ୍କାର ସହ ଜେଲ ଦଣ୍ଡ ଦେବାର ନଜିର ରହିଛି, ତେଣୁ ଏଭଳି ଜନବିରୋଧୀ କଥା ପାଇଁ ତାଙ୍କ ମୁଖିଆ ତାଙ୍କୁ ଦଳରୁ ବିତାଡିତ କରନ୍ତୁ ବୋଲି ସେ ଦାବି କରିଛନ୍ତି । ତଥ୍ୟ ନ ଜାଣି ନ ବୁଝି ରାଜନୀତି କଲେ ଲୋକ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jun 6, 2021, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.