ETV Bharat / city

ଭୁବନେଶ୍ବର ବିଜେପିରେ କମ୍ପନ: BJDରେ ଏଣ୍ଟ୍ରି କରିବେ ଜଗନ୍ନାଥ ! ଜୋରଦାର ଚର୍ଚ୍ଚା

author img

By

Published : Aug 13, 2021, 4:23 PM IST

Updated : Aug 13, 2021, 4:29 PM IST

ବିଜେପି ନେତାଙ୍କ ବିଜେଡିରେ ଏଣ୍ଟ୍ରି ନେଇ ଚର୍ଚ୍ଚା । ଭୁବନେଶ୍ବର ବିଜେପି ନେତା ଜନନ୍ନାଥ ପ୍ରଧାନ ବିଜେଡିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

bjp-leader-jagannath-pradhan
ଭୁବନେଶ୍ବର ବିଜେପିରେ କମ୍ପନ: ଜଗନ୍ନାଥ ପ୍ରଧାନ ବିଜେଡିରେ ଏଣ୍ଟ୍ରି ନେଇ ଜୋରଦାର ଚର୍ଚ୍ଚା

ଭୁବନେଶ୍ବର: ବିଜେପି ନେତାଙ୍କ ବିଜେଡିରେ ଏଣ୍ଟ୍ରି ନେଇ ଚର୍ଚ୍ଚା । ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିର ଯୋଗ ଦେବା ନେଇ ରାଜନୀତି ସରଗରମ । ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି ।

ବିଜେଡିରେ ଯୋଗଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜଗନନ୍ନାଥ ପ୍ରଧାନ କହିଛନ୍ତି ଯେ ଦଳ ଅଣଦେଖା କଲେ ଚର୍ଚ୍ଚା ସତ ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡିରେ ସାମିଲ ହେବା ନେଇ କୌଣସି ବୁଝାମଣା ନେଇ ତାଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ । ସୂଚନାଥାଉକି ଗତକାଲି ଭୁବନେଶ୍ବ ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ସହିତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଭିତ୍ତିରି ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏହାପରେ ବିଜେଡିରେ ଜଣେ ବରିଷ୍ଠ ନେତାଙ୍କ ସହିତ ମଧ୍ୟ ବୁଝାମଣା ହୋଇଛି କିନ୍ତୁ ଡିଲ ଫାଇନାଲ ହୋଇନଥିବ ସୂତ୍ରରୁ ଖବର ମିଳିଛି ।

ଜଗନ୍ନାଥ ପ୍ରଧାନ ଭୁବନେଶ୍ବର ବିଜେପିର ଜଣେ ଆଗଧାଡିର ନେତା । ସେ ତିନି ଥର ବଜେପି ଟିକେଟରେ ଭୁବନେଶ୍ବର ଉତ୍ତର ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ସେ ଗତ କିଛି ଦିନ ହେବ ଦଳରେ ଅବହେଳାର ଶିକାର ହେଉଥିବା ନିଜ ଫେସବୁକରେ ପ୍ରତିକ୍ରିୟା ଦେଇଥିଲେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ସୂଚନାଥାଉକି ଭୁବନେଶ୍ବର ବିଜେପିରେ ବାବୁ ସିଂଙ୍କ ଏଣ୍ଟ୍ରି ପରେ ଜଗନ୍ନାଥ ପ୍ରଧାନଙ୍କ କାଟତି କମିବାରେ ଲାଗିଛି । ଭୁବନେଶ୍ବର ସାଂସଦ ଆପରାଜିତ ଷଡଙ୍ଗୀ ଓ ଜିଲ୍ଲା ସଭାପତି ବାବୁ ସିଂ ଙ୍କ ସହିତ ତାଳମେଳ ନଥିବା ଚର୍ଚ୍ଚା ହେଉଛି । ସେହିପରି ଭୁବନେଶ୍ବର ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ । ଏହା ପରେ ସାଂସଦ ଅପରାଜିତା ଷଡଙ୍ଗୀ ହସ୍ତକ୍ଷେପ କରି ବିବାଦକୁ ସମାଧନ କରି ଇସ୍ତଫା ପତ୍ର ଫେରେଇ ନେଇଥିଲେ।

2019 ସାଧାରଣ ନିର୍ବାଚନରେ ଅପରାଜିତା ଷଡଙ୍ଗୀ ତାଙ୍କ ପାଇଁ ପ୍ରଚାର କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 13, 2021, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.