ETV Bharat / city

ଭୁବନେଶ୍ବର ମଧ୍ୟ ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି

author img

By

Published : Jan 21, 2020, 6:30 PM IST

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବର୍ଷିଲା ବିଜେପି । ଆଣିଲା ସାଂଘାତିକ ଅଭିଯୋଗ । ଦାବିକଲା ଦଳୀୟ କାର୍ଯ୍ୟନୁଷ୍ଠାନ । ପଢନ୍ତୁ ସଂପୂ୍ର୍ଣ୍ଣ ଖବର...

Bjp leader jagannath pradhan
Bjp leader jagannath pradhan

ଭୁବନେଶ୍ବର: ରାଜଧାନୀର ଆଇନ ଶୃଙ୍ଖଳାକୁ ନେଇ ବର୍ଷିଲା ବିଜେପି । ଭୁବନେଶ୍ବରରେ ଯେତେସବୁ ହିସାଂକାଣ୍ଡ ଘଟୁଛି ସବୁଥିରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ହାତ ରହିଛି । ମଙ୍ଗଳବାର ଏମିତି ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ ।

ମଧ୍ୟ ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି

ଜଗନ୍ନାଥ ଅଭିଯୋଗ କରିଛନ୍ତି ଜାନୁଆରୀ ୧୦ରେ ମାର୍କେଟ ବିଲଡିଂରେ ସ୍ଥାନୀୟ ଯୁବକଙ୍କ ଗୁଣ୍ଡାରାଜ ହେଉ ଅବା ୧୪ ତାରିଖରେ ଶିଖ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ସବୁଥିରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଛନ୍ନ ହାତ ରହିଛି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ରାଜଧାନୀରେ ସରକାରୀ ଦଳର କର୍ମୀମାନେ ଗୁଣ୍ଡାରାଜ ଚଳାଇଛନ୍ତି । ମାର୍କେଟ ବିଲଡିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ମୃତି ସାଗର ମହାପାତ୍ର ହେଉଛନ୍ତି ବିଧାୟକ ଅନନ୍ତ ଜେନାଙ୍କ ପାଖ ଲୋକ । ପ୍ରମାଣ ସ୍ବରୂପ ବିଜେପି ବିଧାୟକ ଓ ଅଭିଯୁକ୍ତଙ୍କ ବିଭିନ୍ନ ଫଟୋ ଜାରି କରିଛି ।

ବିଜେପି ନେତା ଜଗନ୍ନାଥ ପ୍ରଧାନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ବିଧାୟକ ଅନନ୍ତ ଜେନାଙ୍କୁ ଦଳରୁ ବହିଷ୍କାର ଏବଂ ଶିଖ ଯୁବକ ଆକ୍ରମଣ ଘଟଣାରେ ଏସିପି ଅନୁପ କାନୁନଗୋଙ୍କୁ ଚାକିରିରୁ ବହିଷ୍କୃତ କରିବାକୁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜଧାନୀରେ ହେଉଥିବା ସମସ୍ତ ଗଣ୍ଡୋଗୋଳ ଓ ହିଂସା ପଛରେ ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ହାତ ରହିଛି ବୋଲି ପ୍ରେସମିଟରେ ଅଭିଯୋଗ ଆଣିଲେ ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପାର୍ଥି ଜଗନ୍ନାଥ ପ୍ରଧାନ । Body:ଜାନୁଆରୀ ୧୦ ରେ ମାର୍କଟ ବିଲଡିଂ ରେ ଉଠା ଦୋକାନୀଙ୍କୁ ଗୋଡାଇ ଗୋଡାଇ ମାଡ ମରା ହେଉ ଅବା ୧୪ ତାରିଖରେ ଜଣେ ଶିଖ୍ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବିଧାୟକ ଅନନ୍ତ ଜେନାଙ୍କ ପ୍ରରୋଚନାରେ ସମସ୍ତ କାର୍ଯ୍ୟ କରାଯାଉଛି । ରାଜଧାନୀରେ ସରକାରୀ ଦଳର କର୍ମୀମାନେ ଗୁଣ୍ଡାରାଜ ଚଳାଇଛନ୍ତି । ମାର୍କେଟ ବିଲଡିଂ କେସର ମୁଖ୍ୟ ଆସାମୀ ସ୍ମୁତି ସାଗର ମହାପାତ୍ର ହେଉଛନ୍ତି ବିଧାୟକ ଅନନ୍ତ ଜେନାଙ୍କ ପାଖ ଲୋକ | ବିଧାୟକଙ୍କ ସହ ରାଲିରେ ଓ ଏକସଙ୍ଗେ ଭୋଜନ କରୁଥିବାର ଫୋଟୋ ଜାରି କଲା ବିଜେପି | Conclusion:ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରିବା ସହ ବିଧାୟକ ଅନନ୍ତ ଜେନାଙ୍କୁ ଦଳରୁ ବହିସ୍କାର ଏବଂ ଶିଖ ଯୁବକ ଆକ୍ରମଣ ଘଟଣାରେ ଡିସିପି ଅନୁପ କାନୁନଗୋଙ୍କୁ ଚାକିରିରୁ ବହିସ୍କୃତ କରିବା ନେଇ ଦାବି କଲା ବିଜେପି |
ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ମଧ୍ୟ ବିଧାୟକ ପାର୍ଥି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.